

ବ୍ରହ୍ମପୁର/ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପରିସରରେ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଲୋକ ବିଷୋୟୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନ୍ତର୍ଜାତିକ ରେଫରୀ ତଥା ଓଡିଶା ଟାଏକୋଣ୍ଡୋ ଏସୋସିଏସନ ଦ୍ୱାରା ମନୋନୀତ କୋଚ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ । ଏକାଡେମୀର କୋଚ ବାସୁ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ. ଲଳିତ କୁମାର, ହୋପ ଟାଏକୋଣ୍ଡୋ ଏକାଡେମୀର କୋଚ ସି ଏଚ ପ୍ରସାଦ, ବ୍ରହ୍ମପୁର ଟାଏକୋଣ୍ଡୋ ଏକାଡେମୀର କୋଚ ଜନଜ ମହାରଣା, ଆନ୍ତର୍ଜାତିକ କ୍ରୀଡାବିତ ରୁଦ୍ର ନାରାୟଣ ବେହେରା ଓ ପି ଅଭିମନ୍ୟୁ ରେଡ୍ଡୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା