

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ଗଠନ କରାଯାଇଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ତନଖି କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି . ଦିଗପହଣ୍ଡିର ପୁଞ୍ଜିକୟାଁ ଛକ ନିକଟରେ ଆଜି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମର ତନଖି ସମୟରେ ଗୋଟିଏ ଇନୋଭା କାର (ଓ.ଆର.୦୨-ବିସି-୮୮୯୯)ରୁ ୫ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି . ଜବତ କରିବା ସମୟରେ ଦିଗପହଣ୍ଡି ତହସିଲଦାର ଉପସ୍ଥିତ ଥିଲେ . ଜବତ କରାଯାଇଥିବା ଗାଡି ଓ ଟଙ୍କାକୁ ଦିଗପହଣ୍ଡି ଥାନା ଜିମା ଦିଆଯାଇଛି . ଗାଡିର ଡ୍ରାଇଭର ସମେତ ତିନିଜଣଙ୍କୁ ପଚରା ଉଚରା ପାଇଁ ଥାନାରେ ଅଟକ ରଖାଯାଇଛି . ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି .
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

