

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଜମ୍ମୁକାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆମଦେଶର କେନ୍ଦ୍ରୀୟ ସୁରକ୍ଷାବଳର ୪୫ଜଣ ଯବାନ ସହିଦ ହୋଇଛନ୍ତି । ସେହି ସହିଦ ମାନକ ସ୍ମ୍ରୁତିରେ ଦିଗପହଣ୍ଡିର ପ୍ରତିଷ୍ଠିତ ଆମଭାଷା ସାହିତ୍ୟ ସଂସଦ ଅବାହକତ୍ୱରେ ଦିଗପହଣ୍ଡି ମୂଖ୍ୟ ରାସ୍ତା ବସଷ୍ଟପଠାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଂସଦର ସଂପାଦକ ସାମ୍ବାଦିକ ତଥା ଓକିଲ ଗଜାନନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମକୁ ବର୍ଷିଆନ ବାମପନ୍ଥୀ ନେତା କୈଳାଶ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମକୁ ସେରଗଡ ଉଦୟପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଡକ୍ଟର ଲୋକନାଥ ପରିଡା କ୍ରୀଡା ଅଧ୍ୟାପକ ସୁଧାଂଶୁ ମୋହନ ପ୍ରଧାନ, ଶିକ୍ଷକ ତଥା କବି ଗିରିଶ ଚନ୍ଦ୍ର ମିଶ୍ର, ଶିକ୍ଷକ ପ୍ରସନ୍ନ କୁମାର ରଥ, ଭାଜପା ଦଳିତ ମୋର୍ଚ୍ଚା ସଭାପତି ଭିକାରି ଚରଣ ସେଠି, ଶିକ୍ଷକ ଟିଟୁ ସେଠି, ସିପିଆଇ ନେତା ତପନ କୁମାର ମିଶ୍ର, ସାମ୍ବାଦିକ କିରଣ କୁମାର ବେହେରା, ପୀତବାସ ତ୍ରିପାଠୀ, ବୈଦିକ ବ୍ରାହ୍ମଣ ସମିତି ଦିଗପହଣ୍ଡି ବ୍ଲକ ସଭାପତି ଲଳିତ ମୋହନ ଦାସ, ଅଶୋକ ନନ୍ଦ, ହରିକୃଷ୍ଣ ନନ୍ଦ, ସେଣ୍ଟ ଯୋହନ ଆମ୍ବୁଲାନ୍ସ ବ୍ରିଗେଡର ଦକ୍ଷିଣାଞ୍ଚଳ ଅଧିକ୍ଷକ ତଥା ଓକିଲ ପ୍ରଦୀପ କୁମାର ମହାପାତ୍ର, ଦିଗପହଣ୍ଡି ପୋଲିସ ଥାନାରୁ ଏଏସଆଇ କର୍ସଚନ୍ଦ୍ର ଗୌଡ଼, ହେଡ଼ କନେଷ୍ଟବଲ କେ. ଶଙ୍କର ରାଓ, ହୋମଗାର୍ଡ ଏ ବୁଦ୍ଧିଆଙ୍କ ସମେତ ବସଷ୍ଟାଣ୍ଡ ବ୍ୟବସାୟୀ ସଂଗଠନର କର୍ମକର୍ତ୍ତା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ବହୁ ସରକାରୀ ଅନୁଷ୍ଠାନମାନଙ୍କରୁ କର୍ମଚାରୀମାନେ ଯୋଗ ଦେଇଥିଲେ । ଦେଶ ପାଇଁ ଆତ୍ମବଳି ଦେଇଥିବା ସହିଦମାନଙ୍କ ସ୍ମୃତିରେ ମହମବତୀ ଜାଳି ଏକ ଶୋଭାଯାତ୍ରା କରି ରାସ୍ତା ପରିକ୍ରମା କରିଥିଲେ । ଶେଷରେ ୩ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତି ଶ୍ରଦ୍ଧାଞ୍ଜଳି ଅବସରରେ ଆମ ଦେଶର ଅଖଣ୍ଡତାକୁ ବିପନ୍ନ ହେବାକୁ ଯେକେହି ଉଦ୍ୟମ କଲେ ଦୃଢତାର ସହିତ ଜବାବ ଦିଆଯିବାକୁ ଦାବି ଉଠିଥିଲା । ଆମକୁ ଯିଏ ଶାନ୍ତି ସୁରକ୍ଷା ଯୋଗାଇ ଦେଉଛନ୍ତି ସେହି ଯବାନମାନଙ୍କୁ ପ୍ରତି ସ୍ତରରେ ସରକାରଙ୍କର ସହାୟତା ନିମନ୍ତେ ଦାବି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
