ଦିଗପହଣ୍ଡିରେ ବିଭିନ୍ନ ଅନୁଷ୍ଠାନରେ ୭୩ ତମ ସ୍ୱାଧିନତା ଦିବସ ପାଳିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହର ସମେତ ପୂରପଲ୍ଲୀରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଭାରତ ମୁକ୍ତିର ୭୩ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଳକ କାର୍ଯ୍ୟାଳୟରେ ବିଡିଓ ହଳଧର ଶବର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ ଅଫିସରେ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପକ୍ଷରୁ ଆୟୋଜିତ ଉତ୍ସବକୁ ମୂଖ୍ୟ ଅତିଥି ଭାବେ ଗଣମାଧ୍ୟମ ବ୍ୟକ୍ତିତ୍ୱ ତଥା ଆଇନଜିବୀ ଗଜାନନ ତ୍ରିପାଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶରୁ ଭ୍ରଷ୍ଟାଚାର ହଟାଇବାକୁ ସମସ୍ତେ ଶପଥ ନେବାକୁ ପରାମର୍ଶ ଦେଇଥିଲେ । ଶାଖା ପରିଚାଳକ ଭାବାନୀ ପ୍ରସାଦ ସାହୁ, ହିସାବ ରକ୍ଷକ ନରସିଂହ ଜେନା, ସୁରେଶ ଚନ୍ଦ୍ର ସାହୁ, ରାଜେନ୍ଦ୍ର କୁମାର ଶତପଥି, କଙ୍କରୋଡା ଶାଖା ସହପରିଚାଳକ ଅଭିଶେକ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାଶୀ ବିଶ୍ୱନାଥ ବେହେରା, ଉଦୟନାଥ ଗୌଡ, କେ.ଜଗନ୍ନାଥ ଆଚାରୀ, ପ୍ରକାଶ ଗୌଡ, ଜି.ସୂର୍ଯ୍ୟନାରାୟଣ ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ସହେଯାଗ କରିଥିଲେ । ସେହିପରି ଦିଗପହଣ୍ଡିଏନଏସି କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପରେ ବଜାର ସାହି ଗାନ୍ଧୀ ଛକ ଠାରେ ଅନୁଷ୍ଠିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମିଳିତ ଅଭିବାଦନ ଗ୍ରହଣ କରିବା ପରେ ମିନିଷ୍ଠାଡିୟମ୍ ଠାରେ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା । ସେଠାରେ ସହରରେ ଥିବା ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ କଲେଜ୍ ମାନଙ୍କର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ସମବେତ ହୋଇଥିଲେ । ଏନସିସି ସ୍କାଉଟ୍ ଜେଆର୍ସି ଏନଏସଏସ ବିଦ୍ୟାର୍ଥୀ ମାନେ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ଦିଗପହଣ୍ଡି ସହରରେ ଏନଏସି ପକ୍ଷରୁ ସ୍ୱତନ୍ତ୍ର ଭାବେ ସାମୁହିକ ସ୍ୱାଧିନତା ଦିବସ ପାଳନ କରିବା ନେଇ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେଠାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ଥାନାଧିକାରୀ ଗୌରାଙ୍ଗ ଚରଣ ସାହୁ, ଅଗ୍ନିଶମ ଅଧିକାରୀ ବିଜୟ କୁମାର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ପୂର୍ବତନ ନଗରପାଳ ଭି.ରବିନାରାୟଣ ରାଜୁ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସୁନୀତା ସେଠୀ, ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁ, ସାଂସଦ ପ୍ରତିନିଧି ପ୍ରମୋଦ ପାଣିଗ୍ରାହୀ, ମାଗେନ୍ଦ୍ର ସେଠୀ, ବିଜୁ ଯୁବ ବାହିନୀ ସଭାତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ ୟୁଏଲ୍ବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ପରେ ମିଷ୍ଠାନ୍ନ ବଣ୍ଟନ କରି ଉତ୍ସବ ସମାପନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ବଜାର ସାହି ଗାନ୍ଧୀ ଛକ ଠାରେ ସାମୁହିକ ସ୍ୱାଧିନତା ଦିବସ ପାଳନ କରାଯାଉଥିବା ବେଳେ ସେଠାରେ ଦୀର୍ଘ ସମୟ ଧରି ଉତ୍ସବ ପାଳନ କରିବା ନେଇ ବିଭିନ୍ନ ପ୍ରକାର ସମସ୍ୟା ଉପୁୁିଥିଲା । ଚଳିତ ବର୍ଷ ମିନିଷ୍ଟାଡିୟମ୍ରେ ନିଆରା ଢଙ୍ଗରେ ପାଳନକୁ ନେଇ ଏନଏସି ନିର୍ବାହୀ ଅଧିକାରୀଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା ଦିଆଯାଇଥିବା ଜଣାପଡିଛି । ସମସ୍ତ କାର୍ଯ୍ୟକ୍ରମକୁ ଏନଏସି କର୍ମଚାରୀ, ବିଜୁ ଯୁବ ବାହିନୀ ସଦସ୍ୟ ଏବଂ ଜନସାଧାରଣ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ କବିସୂର୍ଯ୍ୟ ବିଦ୍ୟାପୀଠ ସମ୍ମୁଖରେ ୭୩ ତମ ସ୍ୱାଧିନତା ଦିବସର ଜାତୀୟ ପତାକାକୁ ଦିଗପହଣ୍ଡି ଥାନାର ସବ୍ ଇନ୍ସପେକ୍ଟର୍ ମାଧବ ଚନ୍ଦ୍ର ଟାକ୍ରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୂଖ୍ୟ ବକ୍ତା ଭାବେ ଆଇନଜିବୀ ଗଜାନନ ତ୍ରିପାଠୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ । କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ରଞ୍ଜନ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ପାଢୀ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା