

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବିଶ୍ୱରେ ଘେରି ରହିଥିବା କରୋନା ମହାମାରୀ ସହ ଲଢ଼ିବାକୁ ହେଲେ ପ୍ରଥମେ ନିଜକୁ ସଫା ରଖିବା ସହ ଆଖପାଖ ଅଞ୍ଚଳକୁ ସଫା ରଖିବାକୁ ହେବ । ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସିର ନଂ୧ ୱାର୍ଡ ସଫା ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲୋକମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏହାର ସମାଧାନ ହେଉ ନ ଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହାସହ ନାଲନର୍ଡମା ସଫେଇ ପାଇଁ ବିଲକୁଲ ଦୃଷ୍ଟି ଦେଉ ନାହାନ୍ତି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଲି ଅଭିଯୋଗ କରାଯାଇଛି । ତୁରନ୍ତ କର୍ତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ସ୍ଥାନୀୟ ଲୋକ ପକ୍ଷରୁ ଦାବୀ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

