ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ମନ୍ତ୍ରୀ କଣ କରିଛନ୍ତି କୁହନ୍ତି : ଚନ୍ଦ୍ର ଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭାର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଚନ୍ଦ୍ର ଶେଖର ନାଇଡୁ ଆଜି ଦିନ ତମାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ା ଖଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ଗାଁ ଗାଁ ବୁଲି ନିଜର ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି । ଦୀର୍ଘ ୩୦ ବର୍ଷ ଧରି ବିଧାୟକ ମଧ୍ୟରେ ପ୍ରାୟ ୨୪ ବର୍ଷ ଧରି ରାଜ୍ୟରେ ମନ୍ତ୍ରୀ ଥିବା ସୂର୍ଯ୍ୟନାରାୟଣ ପାତ୍ର ଏହି ଅଞ୍ଚଳର ବିକାଶ କଣ କରିଛନ୍ତି ବୋଲି ବିଭିନ୍ନ ସଭାମାନଙ୍କରେ ପ୍ରଶ୍ନ କରିବା ସହ ଦିଗପହଣ୍ଡିର ସମ୍ବିଧାନ ପାଇଁ ଚାକର ମାନଙ୍କୁ ହଟାଇବାକୁ ଲୋକଙ୍କୁ ନିବେଦନ କରିଥିଲେ । କୃଷି ପାଇଁ କୌଣସି ଯୋଜନା ହୋଇ ନ ଥିବା, ହସ୍ପିଟାଲ ଗୁଡିକରେ ଡାକ୍ତର ନ ଥିବା ସହ ପ୍ରାଇମେରୀ ଶିକ୍ଷାର ବିପର୍ଯ୍ୟସ୍ତକୁ ନେଇ ଶ୍ରୀ ନାଇଡୁ ଉଦବେଗ ପ୍ରକାଶ କରିଥିଲେ ।ଲୋକଙ୍କୁ ପରିବର୍ତ୍ତନ ସପକ୍ଷରେ ରାୟ ଦେବକୁ ନିବେଦନ କରିବା ସହ ବିଜୁ ଗୁଣ୍ଡା ବାହିନୀ ଗାଁ ଗାଁରେ ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ବ୍ରହ୍ମପୁର ସହର ନିକଟ ବର୍ତ୍ତୀରେ କୁକୁଡ଼ା ଖଣ୍ଡି ବ୍ଲକ ଥିବାବେଳେ ଏବେ ମଧ୍ୟ ବିଭିନ୍ନ ଗ୍ରାମ ଗୁଡିକୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ଲୋକେ ଅଭିଯୋଗ କରିଥିଲେ । ବର୍ତ୍ତକ୍ୟ ଭର୍ତ୍ତା, ବିଧବା ଭର୍ତ୍ତା, ରେସନ କାର୍ଡ ପ୍ରଭୃତିରେ ଶାସକ ଦଳର କର୍ମୀମାନେ ନିଜ ଭିତରେ ବାଣ୍ଟି ନେଉଥିବା ବିଭିନ୍ନ ଜାଗାରେ ଲୋକମାନେ ଅଭିଯୋଗ କରିଥିଲେ । ଆଜି ପ୍ରାୟ ୫୦୦ ମଟର ସାଇକେଲରେ ଶୋଭା ଯାତ୍ରାରେ ଶ୍ରୀ ନାଇଡୁଙ୍କ ସହ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଫୁଲ ପଣ୍ଡା ବୃନ୍ଦାବନ ଖଟେଇ, ସମସ୍ତ କର୍ମୀ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା