ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆଭାଷା ପ୍ରତ୍ୟେକ ଓଡିଆଙ୍କର ସ୍ପନ୍ଦନ । ଭାଷାର ବିକାଶବିନା ଜାତିର ଉନ୍ନତି ଅସମ୍ଭବ । ତେଣୁ ଆମେ ସମସ୍ତେ ଓଡିଆଭାଷାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ବିଶ୍ୱ ମାତୃଭାଷା ଦିବସରେ ଜଳେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦିଗମ୍ବରୀ ଆଇଟିଆଇ ପରିସରରେ ଆୟୋଜିତ ସଭାରେ ବକ୍ତମାନେ ମତବ୍ୟକ୍ତ କରିଛନ୍ତି । ଆୟୋଜିତ ସଭାରେ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାରସ୍ୱତ ସାଧକ ବିପିନ ବିହାରୀ ବିଶ୍ୱାଳ, ମୁଖ୍ୟବକ୍ତାଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଜୟନ୍ତ କୁମାର ଦାସ ଯୋଗ ଦେଇ ଭାଷା ବଂଚିଲେ ପ୍ରତ୍ୟେକ ଓଡିଆ ଗର୍ବର ସହିତ ବଂଚିବେ ବୋଲି କହିଥିଲେ । ଉତ୍କଳ ସମ୍ମିଳନୀର ଯୁଗ୍ମସଂପାଦକ କମଳ ଚକ୍ରବର୍ତ୍ତୀ, ଓଷ୍ଟାର ପୂର୍ବତନ ସଭାପତି ରାଜାରାମ କରଶର୍ମା, ଲିଆଫିର ଜଳେଶ୍ୱର ସଭାପତି ଭାଷ୍କର ଚନ୍ଦ୍ର ମିଶ୍ର, ସୁନିଲ କୁମାର ଗିରି ପ୍ରମୁଖ ଅନ୍ୟରାଜ୍ୟ ପରି ଓଡିଆଭାଷାକୁ ନିଜ ରାଜ୍ୟରେ ଅଧିକ ଗୁରୁତ୍ୱ ଦିଆଯାଉନଥିବାର କ୍ଷୋଭପ୍ରକାଶ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାନ ଡ. ଅଜିତ୍ କୁମାର ମହାନ୍ତି ଅତିଥି ପରିଚୟ ଓ ପ୍ରାକ୍ ସୂଚନା ଦେଇଥିବା ବେଳେ ଆଇଟିଆ ଅଧ୍ୟକ୍ଷ ପ୍ରକାଶ କୁମାର ଦିନ୍ଦା, ରଂଜନ କୁମାର ଦେ, ଗୌରଗୋପାଳ ପରିଡା, ଅଜୟ ଚକ୍ରବର୍ତ୍ତୀ ମଂଚରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା