ଛତ୍ରପୁର (ସମୃଦ୍ଧ ଓଡିଶା) ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ନିଯୁକ୍ତି ସୁଯୋଗ ପାଇଁ ତାଲିମ୍ ନେବାକୁ ପୋଟ୍ଟଲାମପୁର କ୍ଲଷ୍ଟରରେ ଗୁରୁବାର ଚୟନ ମେଳା ପୋଟ୍ଟଲାମପୁର ପଞ୍ଚାୟତର ଗଙ୍ଗାପୁର ହାଇସ୍କୁଲ ପରିସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଟ୍ଟଲାମପୁର, ବଡମାଧପୁର ଓ ପୋଡାପଦର ପଞ୍ଚାୟତର ଯୁବକ ଯୁବତୀ ମାନେ ଆବେଦନ କରାଇଛନ୍ତି । ଏହି ମେଳାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ପୋଟ୍ଟଲାମପୁର ସରପଂଚ ସୁବାସିନି ବାରିକି, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ଯୁବନେତା ଶମ୍ଭୁନାଥ ସ୍ୱାଇଁ, ସୁକାନ୍ତ ନାହାକ, ରମେଶ ବାରିକି, ରମେଶ ପ୍ରଧାନ, ଓଡିଶା ଜୀବିକା ମିଶନ୍ ର ବ୍ଲକ ସଂଯୋଜିକା ମାନିନୀ ଜେନା,ଏସଡିସି ମାନସୀ ବେହୋର, ବିଏଲସି ଗୀତାଜଂଳି ମୁଦୁଲି ଏବଂ ତିନୋଟି ପଞ୍ଚାୟତର ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି ଚୟନ କାର୍ଯ୍ୟରେ ସହଯୋଗ କରିଥିଲେ । ଶିବିର ନିମନ୍ତେ ୬୯ ଜଣ କାଉନସିଲିଂ ପାଇଁ ଟ୍ରାଗେଟ୍ ଥିବା ବେଳେ ୭୮ଜଣ ପଞ୍ଜୀକୃତ କରିଥିଲେ । ସେଥିରୁ ୪୬ ଜଣ ଚୟନ ହୋଇଥିଲେ ବୋଲି ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା