

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅଫିସ ପରିସରରେ ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଦିନଦୟାଲ ଗ୍ରାମୀଣ କୁଶଳୀ ଯୋଜନା ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ ଓ ଅମ୍ବିକା ପ୍ରସାଦ ଦାସ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସଂଯୋଜକ ସନ୍ତୋଷ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିରରେ ୫୭୦ ଜଣ ବେକାର ଯୁବକ ଯୁବତୀଙ୍କୁ କାଉନସେଲିଂ କରାଯାଇଥିବା ବେଳେ ୨୩୮ ଜଣ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

