ଦିନ ଦ୍ୱିପହରରେ ଯୁବକକୁ ଗୁଳି କରି ହତ୍ୟା: ଆତଙ୍କିତ ଅବସ୍ଥାରେ ହିନ୍ଦୋଳ ଜନସାଧାରଣ

ହିନ୍ଦୋଳ(ସମୃଦ୍ଧଓଡିଶା) ଭୁଶୁଡି ଗଲାଣି ଆଇନ ଶୃଙ୍ଖଲା ପରିସ୍ଥିତି ! ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଗୋରୁ ମାଫିଆମାନେ ଗତ ୧୮ତାରିଖରେ ଦଶ ରାଉଣ୍ଡରୁ ଅଧିକ ଗୁଳି ଫୁଟାଇ ଆତଙ୍କ ରଚାଇଥିବା ଭଳି ଆତଙ୍କ ମନରୁ ଲିଭି ନ ଥିବାବେଳେ ଆଜି ଦିନଦ୍ବିପହରରେ ପୁଣି ଆତତାୟୀଙ୍କ ପିସ୍ତଲରୁ ଫୁଟିଛି ଗୁଳି ଝରିପଡିଛି ଗୋଟିଏ ନିରୀହ ଜୀବନ ! ଖବରରୁ ପ୍ରକାଶ ହିନ୍ଦୋଳ ଥାନା ମହାଲୁଣ୍ଡା ପଂଚାୟତର ତୀର୍ଥ ସାହୁଙ୍କ ପୁଅ ସୁବାସ ସାହୁ(ବୁଲୁ)୨୬ ସେ କାର୍ଯ୍ୟ କରୁଥିବା ରାଶୋଳ ସ୍ଥିତ ୱାଟର ସେଡ଼ କାର୍ଯ୍ୟାଳୟକୁ ଅଫିସ କାର୍ଯ୍ୟରେ ବାଇକରେ ଯାଉଥିବା ସମୟରେ ଅପରାହ୍ନ ୪ଟା ବେଳେ ନୂଆବଗ ପଂଚାୟତ ଶନିମନ୍ଦିର ନିକଟରେ ଦୁଇଜଣ ପିସ୍ତଲଧାରୀ ଆତତାୟୀ ହଟାତ ସୁବାସ ସାହୁକୁ ପିସ୍ତଲରୁ ଗୁଳି ଚଳାଇବାରୁ ଗୁଳି ଡାହାଣପାଖ ଛାତିରେ ବାଜିଥିଲା ଓ ଘଟଣା ସ୍ଥଳରେ ସୁବାସ ଟଳି ପଡ଼ିଥିଲେ!ଗୁଳିମାଡ଼ କରି ଆତତାୟୀ ଦୁଇଜଣ ନିକଟସ୍ଥ ଜଙ୍ଗଲକୁ ପଳାୟନ କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ ଘେରି ଯାଇଥିଲେ ଏବଂ ଖବର ପାଇ ତୁରନ୍ତ ହିନ୍ଦୋଳ ଓ ରସୋଳ ପୋଲିସ ପହଂଚି ଶବକୁ ଜବତକରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇଦେବା ସହ ଜଣେ ଆତତାୟୀକୁ ପିସ୍ତଲ ସହ ଧରିଛନ୍ତି ଏବଂ ଅନ୍ୟ ଜଣକୁ ଧରିବାପାଇଁ ଉଦ୍ୟମ କରୁଛନ୍ତି! ଗିରଫ ବ୍ୟକ୍ତି ଜଣକ ନାମ ରିଙ୍କୁ ଖାଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ!ପୂର୍ବ ଶତ୍ରୁତା ଓ ରାଜନୈତିକ ଶତ୍ରୁତାକୁ ଓ ଠିକା କାମକୁ କେନ୍ଦ୍ର କରି ସୁବାସଙ୍କୁ ଟାର୍ଗେଟ କରାଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ଏବଂ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଓ ହତ୍ୟାକାଣ୍ଡର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ!ହିନ୍ଦୋଳ ଅଂଚଳରେ ବାରମ୍ବାର ଗୁଳି ଫୁଟିବା ସହ ମୃତାହତ ଘଟଣା ହିନ୍ଦୋଳରେ ଆତଙ୍କ ଖେଳାଇଦେଇଥିବା ବେଳେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି!ତୁରନ୍ତ ଆତତାୟୀ ଓ ମାଫିଆ ମାନଙ୍କୁ ଧରି ଜବତ କରିବାକୁ ହିନ୍ଦୋଳ ଜନସାଧାରଣ ଦାବି କରିଛନ୍ତି!

ରିପୋର୍ଟ : ରଜତ ମହାପାତ୍ର