ଦିପାବଳୀକୁ ଆଖି ଆଗରେ ରଖି ବାଣ ବ୍ୟବସାୟୀମାନଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ଓ ବିକ୍ରି ଉପରେ ସତର୍କ ଘଣ୍ଟି…

ଛତ୍ରପୁର(ସମୃଦ୍ଧ ଓଡିଶା)ମାନ୍ୟବର ସୁପ୍ରିମ କୋର୍ଟଙ୍କ ସଦ୍ୟ ନିର୍ଦେଶାବଳୀକୁ ଆଖିଆଗରେ ରଖି ଦିପାବଳୀ ଉତ୍ସବକୁ ଜିଲ୍ଲାରେ ଶୃଙ୍ଖଳିତ କରିବା ପାଇଁ ବାଣ ବିକ୍ରି ଓ ଫୁଟଣ ଉପରେ ରୋକ ଲଗାଇବାକୁ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ବୈଠକ ଡାକିଥିଲେ । ଏଥିରେ ଜିଲ୍ଲାର ସମସ୍ତ ବାଣ ବ୍ୟବସାୟୀମାନେ ସହଯୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁର, ଛତ୍ରପୁର ଆଦି ସହରରେ ବାଣବିକ୍ରୀ ପାଇଁ ସମସ୍ତ ପ୍ରକାର ସତର୍କତା ରହିବାକୁ ପରାମର୍ଶ ଦେଇଥିଲେ । ଅଗ୍ନିଶ୍ରମ ଓ ପୁଲିସ ବିଭାଗ ସହିତ ଉଚିତ ସମନ୍ୱୟ ରକ୍ଷାକରି ଧାର୍ଯ୍ୟ ହେଇଥିବା ନୀୟମାନୁଯାଇ ସହରରେ ବାଣ ବିକ୍ରୀ କରିବା ପାଇଁ ବାଣ ବ୍ୟବସାୟୀ ସଂଘକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବାଣ ସାମଗ୍ରୀକୁ ବିକ୍ରୀ କରାଯିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ବାଣ ବିକ୍ରୀ ସରିଲା ପରେ ଯେତେ ବାଣ ବଳକା ରହିବ ତାକୁ ଅଗ୍ନିଶ୍ରମ ବିଭାଗକୁ ହସ୍ତାନ୍ତର କରାଯିବକୁ କୁହାଯାଇଥିଲା । ନଭେମ୍ବର ୫,୬ ଓ ୭ ତାରିଖ ତିନି ଦିନ ଧରି ସହରରେ ବାଣ ବଜାରରେ ବିକ୍ରୀ ହେବ ଏବଂ ୫ ଓ ୬ ତାରିଖରେ ସକାଳ ୮ଘଣ୍ଟା ଠାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଏବଂ ୭ତାରିଖ ଦିପାବଳୀ ଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ କେବଳ ବାଣ ବିକ୍ରୀ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୈାଣସୀ ବ୍ୟବସାୟୀ ଖିଲାପ କଲେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଛନ୍ତି । ଗତବର୍ଷ ବ୍ରହ୍ମପୁର ସହରରେ ୪୯ ଜଣ ବ୍ୟବସାୟୀଙ୍କୁ ବାଣ ବିକ୍ରୀ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୭ ଜଣ ବ୍ୟବସାୟୀଙ୍କୁ ବାଦ ଦିଆଯାଇଛି । ସେମାନଙ୍କ ନାମରେ କେର୍ଟରେ ମାମଲା ଚାଲିଥିବା ଯୋଗୁଁ ସେହି ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଆଯିବ ନାହିଁ ବୋଲି କହିଥିଲେ । ଏହି ବୈଠକରେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)କବିନ୍ଦ୍ର କୁମାର ସାହୁ, ବିଏମସି କମିଶନର ଚକ୍ରବର୍ତୀ ସିଂ ରାଠୋର, ବିଡିଏ ସେକେଟ୍ରାରୀ ସମ୍ବିତ ରାଉତ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତ, ବ୍ରହ୍ମପୁର ତହସିଲଦାର ଦୟାମୟ ପାଢୀ, ସହକାରୀ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ, ଗୋଷାଣୀ ନୂଆଗାଁ ଥାନା ଅଧିକାରୀ କୂଳମଣି ସେଠୀ, ବାଣବ୍ୟାବସାୟୀ ସଂଘର ସଭାପତି ଉଙ୍କୁ ଗୈାଡ, ସଂପାଦକ ରାଜେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା