ଦିଲ୍ଲୀପ ତିର୍କୀଙ୍କ ବକ୍ତବ୍ୟକୁ ନେଇ ବିଜେପି ସଜନ ଶର୍ମାଙ୍କ ନିନ୍ଦା ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଭାରତୀୟ ହକିର ପୂର୍ବତନ କ୍ୟାପଟେନ୍ ଦିଲ୍ଲୀପ ତିର୍କି ଭାରତୀୟ ହକି ଟିମ୍କୁ ଉତ୍ସାହିତ କରିବା ପରିବର୍ତେ ମ୍ୟାଚ ପୂର୍ବରୁ ଦଳର କ୍ଷମତା ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର  ସଜ୍ଜନ ଶର୍ମା କହିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ତିର୍କି ଦଳର ଜିତିବା ଏବଂ ପେନାଲିଟକୁ ଗୋଲ୍ରେ ପରିଣତ କରିବାର ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠାଇବା ର୍ଦୁଭାଗ୍ୟଜନକ । ପ୍ରତିଦ୍ୱନ୍ଦୀ ଦେଶର ପୂର୍ବତନ କ୍ୟାପଟେନମାନେ ନିଜ ଦେଶର ଖେଳାଳୀଙ୍କ ମନୋବଳ ବଢାଇବା ସହ ପଜେଟିଭ ଆପ୍ରୋଚ ରଖି ଆଗକୁ ଯିବାକୁ ଉତ୍ସାହିତ କରୁଛନ୍ତି । ରାଜ୍ୟରେ ଏତେ ବଡ ବିଶ୍ୱକପ ଆୟୋଜନ ହେଉଥିବା ସମୟରେ ଦିଲୀପ ଖେଳାଳୀମାନଙ୍କ ମନୋବଳ ବୃଦ୍ଧି କରିବା ପରିବର୍ତେ ସେମାନଙ୍କୁ ନିରୁତ୍ସାହିତ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ଶର୍ମା କହିଛନ୍ତି ।ଭାରତର ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିଶ୍ୱକପ ଜିତିବା ନେଇ ଆଶାବାଦୀ ବୋଲି ଗତକାଲି ଗଣମାଧ୍ୟମ ଆଗରେ ଦଳର କ୍ୟାପଟେନ ଏବଂ କୋଚ ବୟାନ ଦେଇଥିଲେ । ଏହି ବୟାନରୁ ବୋଧେ ଶ୍ରୀ ତିର୍କି ବୋଧେ କିଛି ଶିଖିଲେ ନାହିଁ । ସବୁ ଦଳର କିଛି ନା କିଛି ଦୁର୍ବଳତା ଅଛି । ଏହା ଅର୍ଥ ନୁହେଁ ନିଜ ଦୁର୍ବଳତାକୁ ପ୍ରକାଶ କରି ମ୍ୟାଚ୍ ଖେଳିବା ପୂର୍ବରୁ ଆତ୍ମ ସମର୍ପଣ କରିଦେବା । ଶ୍ରୀ ତିିର୍କି କର୍ଣ୍ଣର ସାରଥି ଶଲ୍ୟ ନସାଜି ଅର୍ଜୁନଙ୍କ ସାରଥି ଶ୍ରୀକୃଷ୍ଣ ହୁଅନ୍ତୁ ବୋଲି ଶର୍ମା କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର