ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ଦେଶର ରାଜଧାନୀ ଦିଲ୍ଲୀ ସହରରେ ୨ ଶହ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ୍ ବିଲ୍ ଗ୍ରାହକଙ୍କୁ ମାଗଣା ଦିଆଯାଉଥିବା ବେଳେ ଓଡ଼ିଶାରେ ୫ ଟଙ୍କା କାହିଁକି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଲିଖିତ ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲୋକଙ୍କ ପାଇଁ ୨୦୦ୟୁନିଟ ଯାଏଁ ବିତ୍ୟୁତ ବିଲ ଛାଡ଼ କରି ପ୍ରଶଂସନୀୟ ହୋଇଥିବା ବେଳେ ଓଡ଼ିଶାରେ ଲୋକଙ୍କୁ ଶୋଷଣ କରାଯାଉଛି । ଏବେ ଦିଲ୍ଲୀର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍ ପର୍ୟ୍ୟନ୍ତ ବିଲ୍ ମାଗଣାରେ ଦିଆଯାଉଛି । ତେବେ ଏହାଠାରୁ ଅଧିକ ୟୁନିଟ୍ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ପଡ଼ିବାକୁ ପଡିବ ବୋଲି କୁହାଯାଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଫ୍ରୀ ଲାଇଫଟାଇମ୍ ଇଲେକ୍ଟ୍ରିସିଟି’ ଯୋଜନା ଜରିଆରେ ଆଜିଠୁ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଉ ମାସ ଶେଷରେ ବିଲ୍ ଦେବାକୁ ପଡ଼ିବ ନାହିଁ। ଖରାଦିନରେ ଦିଲ୍ଲୀର ୨୦୦ ୟୁନିଟ ବିଜୁଳି ପାଖାପାଖି ୩୩ ପ୍ରତିଶତ ଉପଭୋକ୍ତା ବ୍ୟବହାର କରୁଛନ୍ତି। ସେହିପରି ଶୀତ ଋତୁ ସମୟରେ ଦିଲ୍ଲୀରେ ୭୦ ପ୍ରତିଶତ ଲୋକ ୨୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ସେ କହିଛନ୍ତି।ଏହାଦ୍ୱାରା କମ ବ୍ୟବହାର କରୁଥିବା ତଥା ବିଶେଷ କରି ଗରିବ ପରିବାର ଉପକୃତ ହେବେ ।