ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନ ବିଭାଗର ପ୍ରଫେସର ଡ. ଭାଗବତ କୁମାର ଦଳେଇଙ୍କର ଅବସରକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବରିଷ୍ଟ ପ୍ରାଧ୍ୟାପକ ଡ. ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ । ଅଧ୍ୟକ୍ଷ ଚୌଧୁରୀ ସୁରେଶ ଚନ୍ଦ୍ର ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅବସର ପରେ ସାମାଜିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସମୟ ନିଯୋଗ କରାଯାଇପାରୁଥିବାରୁ ଅଂଚଳିକ ବିକାଶ ପ୍ରତି ଶ୍ରୀ ଦଳେଇ ଧ୍ୟାନ ଦେବେେ ବୋଲି ଆଶା ପ୍ରକାଶ କରିଥିଲେ । ବରିଷ୍ଠ ପ୍ରାଧ୍ୟାପକ ପ୍ରଦୀପ କୁମାର ବ୍ରହ୍ମ, ଅକ୍ଷୟ ଦାସ ମହାପାତ୍ର, ରତିକାନ୍ତ ବେହେରା, ଯୁଗଳ କିଶୋର ପ୍ରଧାନ, ରାଧାରଂଜନ ସେନାପତି ଓ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଭାଗବତ କୁମାର ଦଳେଇଙ୍କ କାର୍ଯ୍ୟଦକ୍ଷତା ସଂପର୍କରେ କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା