ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟରେ ପରିଚାଳନା କମିଟୀର ବୈଠକ ଆରମ୍ଭ ହେବା ପୂର୍ବରୁ କେତେକ ଏବିଭିପି ଛାତ୍ରମାନେ ମହାବିଦ୍ୟାଳୟ କେତେକ ସମସ୍ୟା ନେଇ ଫାଟକରେ ତାଲା ପକାଇଥିଲେ । ଏ ସଂପର୍କରେ ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କୁ ସେମାନେ ଲିଖିତଭାବେ ଜଣାଇଥିବାରୁ ଏବଂ ତାହାର କୌଣସି ପ୍ରତିକାର କରାଯାଇନଥିବାରୁ ଆଜିର ଏହି ତାଲାବନ୍ଦ କାର୍ଯ୍ୟ ହୋଇଥିଲା ବୋଲି ଛାତ୍ରମାନେ ପ୍ରକାଶ କରିଛନ୍ତି । ନିୟମ ଅନୁଯାୟୀ ପରିଚାଳନା କମିଟୀରେ ସାଂସଦ କିମ୍ବା ସାଂସଦ ପ୍ରତିନିଧି ଉପସ୍ଥିତ ରହିବାର ନିୟମ ଥିଲେ ମଧ୍ୟ ତାହା କରାଯାଇନଥିବାରୁ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପୂର୍ବ ନିର୍ଦ୍ଧାରୀ ସମୟ ଅନୁସାରେ ଆଜି ପୂର୍ବାହ୍ନରେ ଦୀନକୃଷ୍ଣ କଲେଜର ପରିଚାଳନା କମିଟୀର ବୈଠକ ଆହୁତ ହୋଇଥିଲା । କିନ୍ତୁ ଏହି ବୈଠକ ହେବ ପୂର୍ବରୁ ଏବିଭିପିର କେତେକ ଛାତ୍ର କାଳିଚରଣ ରାଜଙ୍କ ନେତୃତ୍ୱରେ ସତ୍ୟବାନ ଚନ୍ଦ, ଡି.କେ ମହାନ୍ତି, ଲକ୍ଷ୍ମଣ ମଣ୍ଡଳ, ଉତ୍କଳ ସୀଟ, ଚନ୍ଦନ ସୀଟ, ଭବାନି ଶଂକର ବାରିକ, ସୁବ୍ରତ ନନ୍ଦୀ, ଦିପାଞ୍ଜଳି ପାତ୍ର, ପୂର୍ଣ୍ଣିମା ପାତ୍ର, ସୋନାଲି ବାରିକ, ପୁଷ୍ପିତା ଜେନା, ଇତିଶ୍ରୀ ଦାସ ପ୍ରମୁଖ ସାଂସଦ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଡକାନଯାଇ ଅପମାତିକ କରାଯାଇଥିବା ବିରୋଧରେ କଲେଜ ଫାଟକରେ ତାଲା ପକାଇ ଥିଲେ । କିଛି ସମୟପରେ କଲେଜ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ରାଉତ ଏହା ଜାଣିପାରି ଫାଠକ ନିକଟକୁ ଆସି ସେମାନଙ୍କୁ ବୁଝାଇଥିଲେ । ଏହି ବୈଠକରେ ସାଂସଦଙ୍କ ନିକଟକୁ ଏକ ଚିଠି ପଠାଯାଇ ସେଥିରେ ସେ କିମ୍ବା ତାଙ୍କ ପ୍ରତିନିଧି ପରିଚାଳନ କମିରେ ଉପସ୍ଥିତ ହେବାକୁ ଅନୁରୋଧ ସଂପର୍କରେ ଅଧ୍ୟକ୍ଷ କହିବାପରେ ସମସ୍ୟାର ସମାଧାନ ହୋଇଥିଲା । ପରିଚାଳନା କମିଟିରେ ବିଧାୟକ ତଥା ପରିଚାଳନା କମିଟିର ସଭାପତି ଅଶ୍ୱିନୀ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ଦୀର୍ଘବର୍ଷ ଧରି ଅଧାପନ୍ଥରିଆ ଅବସ୍ଥାରେ ପଡିରହିଥିବା କଲେଜ ହଷ୍ଟେଲ ନିର୍ମାଣ ଲାଗି ସିଦ୍ଧାନ୍ତ ହେବା ସହିତ କଲେଜ ପକ୍ଷରୁ ୨୧ଲକ୍ଷ ଟଙ୍କା ମଂଜୁର କରାଯିବା, ପରିଚାଳନା କମିଟୀ ଦ୍ୱାରା ନିଯୁକ୍ତ ଅଧ୍ୟାପକ କର୍ମଚାରୀଙ୍କ ଦରମା ସଂପର୍କରେ ଆଲୋଚନା, ପୁରୁଣା ଶ୍ରେଣୀଗୃହର ମରାମତି, ଡେକ୍ସ ବ୍ୟାଞ୍ଚର ନବିକରଣ ସଂପର୍କରେ ଆଲୋଚନା ହୋଇଥିବା କଲେଜ ଅଧ୍ୟକ୍ଷ ଶ୍ରୀ ରାଉତ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା