
ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଟ ଶିକ୍ଷାବିତ୍ ତଥା ଦୀନକୃଷ୍ଣ କଲେଜର ପ୍ରତିଷ୍ଠା ଅଧ୍ୟକ୍ଷ ଚିତ୍ତରଂଜନ ସାହୁଙ୍କ ୮୧ତମ ଜନ୍ମବାର୍ଷିକୀ ଆଜି ଜଳେଶ୍ୱରର ନୂଆବଜାରସ୍ଥିତ ଭଂଜ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର ପୌରହିତ୍ୟ କରି ପ୍ରତିଷ୍ଠାତା ଅଧ୍ୟକ୍ଷ ଚିତ୍ତରଂଜନ ସାହୁଙ୍କ ବଳିଷ୍ଠ ପଦକ୍ଷେପ ବଳରେ ଜଳେଶ୍ୱର ଓ ଭୋଗରାଇର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ତଥା ଦାନରେ ବିଦ୍ୟାଳୟଟି ତାଙ୍କ ବାସଭବନରେ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ ବୋଲି କହିଥିଲେ । ଏଥିରେ ସୂଚନା ଦେଇ ପୂର୍ବତନ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ ଶ୍ରୀ ସାହୁ ଦୀନକୃଷ୍ଣ କଲେଜ ପରେ ପାରାଦୀପ କଲେଜର ଅଧ୍ୟକ୍ଷ, କଟକର ରାଜ୍ୟ ସେକେଣ୍ଡାରୀ ବୋଡ ପରୀକ୍ଷା ନିୟନ୍ତ୍ରକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ସେ ସମୟରେ ବିଶ୍ୱବିଦ୍ୟାଳୟ ଉନ୍ନୟନ ଅଫିସରଭାବେ କାର୍ଯ୍ୟକରି ଯଜଶ୍ୱୀ ହୋଇଥିବା କହିଥିଲେ । ଉତ୍ତର ବାଲେଶ୍ୱରରେ ଉଚ୍ଚ ଶିକ୍ଷାର ବିକାଶ ଲାଗି ଚିତ୍ତରଂଜନ ସାହୁଙ୍କର କାର୍ଯ୍ୟଦକ୍ଷତା ଓ ଅନ୍ୟ ବହୁ ଲୋକଙ୍କୁ ଏକତ୍ରୀତ କରିବାରେ ସହାୟକ ହୋଇଥିଲେ ବୋଲି ଅବସରପ୍ରାପ୍ତ ଅଧ୍ୟକ୍ଷ ବିପିନ ବହାରୀ ବିଶ୍ୱାଳ, ଡ. ଈଶ୍ୱର ଚନ୍ଦ୍ର ଜେନା, ଜିତାରାମ ଦେ, ପ୍ରଫୁଲ୍ଲ କୁମାର ପାଠୀ, ରାଧାରଂଜନ ସାହ. ଡ. ବିକ୍ରମ କେଶରୀ ମହାନ୍ତି, ଡ. ରବିନ୍ଦ୍ର ପରିଡା, ଆଇନ୍ଜିବୀ ଚିନ୍ମୟ ଦାସ, ଅନୀଲ କୁମାର ପରିଡା, ରବିନ୍ କୁମାର ଦାସ, ଡ. ରାଖାଲ ଚନ୍ଦ୍ର ଘଡାଇ ଓ ଅବନୀ ଚନ୍ଦ ପ୍ରମୁଖ ଏହି ଜୟନ୍ତୀ ସଭାରେ ବକ୍ତବ୍ୟ ରଖିଥିଲେ । କୋଭିଦ୍ -୧୯ କଟକଣା ଯୋଗୁଁ ଏପରି କାର୍ଯ୍ୟକ୍ରମ ବିସ୍ତାରିତ ଭାବେ କରାଯାଇପାରିନଥିବାରୁ ଆସନ୍ତାବର୍ଷରେ ଏହାକୁ ବୃହତ୍ ଧରଣର କରାଯିବା ସହିତ ଏକ ପୁସ୍ତକ କରାଯିବାର ସିଦ୍ଧାନ୍ତ ହୋଇଛି । ଶେଷରେ ଜିତାରାମ ଦେ ଧନ୍ୟବାଦ ଅର୍ପଣ କରିଥିଲେ ।