ଜଳେଶ୍ୱର (ସମୃଦ୍ଧ ଓଡିଶା) ଭିନ୍ନକ୍ଷମ ମାନଙ୍କୁ ଆଇନଗତ, ଅର୍ଥନୈତିକ ଅଧିକାର ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଯତ୍ନଶୀଳ ହେବା ପାଇଁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ନନ୍ଦିକା ସ୍ଥିତ ଜଳେଶ୍ୱର ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ସଭାପତି କମଳ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ମାନ୍ୟବର ସିଭିଲ ଜଜ୍ (ବରିଷ୍ଠ) ତଥା ତାଲୁକ ଆଇନ ସେବା ସମିତିର ସଭାପତି ବିନୋଦ ବିହାରୀ ସାହୁ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ଅକୁଣ୍ଠିତ ଚିତରେ ସ୍ନେହ, ଶ୍ରଦ୍ଧା ଓ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ମିଶାଇ ନେବା ପାଇଁ ଆହ୍ୱାନ କରିଥିଲେ । ଆମେରିକାର ହେଲେନ କେଲର, ଓଡିଶାର ସନ୍ଥକବି ଭୀମ ଭୋଇ ଅନ୍ଧ ହୋଇ ଥିଲେ ମଧ୍ୟ ବିଶ୍ୱରେ ନିଜ ମାଟିର ଟେକ ରଖିଛନ୍ତି ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ମାନ୍ୟବର ସିଭିଲ ଜଜ୍ (କନିଷ୍ଠ) ପରିତୋଷ ସେଠୀ ତାଙ୍କ ବକ୍ତବ୍ୟରେ ଆମର ସାମାଜିକ ଦାୟିତ୍ୱବୋଧ ନ ରହିଲେ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ମିଶାଇ ପାରିବୁ ନାହିଁ ବୋଲି କହିଥିଲେ । ସମାଜରେ ସେମାନଙ୍କୁ ସମାନତା ଦେବା ପାଇଁ ୨୦୧୬ରେ ଆଇନ ଅଣାଯାଇ ସେମାନଙ୍କୁ ସୁରକ୍ଷା ଅଧିକାର, ମାଗଣାରେ ଆଇନ ସେବା ଯୋଗାଇ ଦେବା, ସମ୍ପତିଗତ ଅଧିକାର, ଧନ୍ଦାମୂଳକ ଓ ବୃୁତଗତ ଶିକ୍ଷା ଦେବା ପାଇଁ ୫% ସ୍ଥାନ ସଂରକ୍ଷଣ ରଖାଯାଇଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ଜଳେଶ୍ୱର ଜେ.ଏମ୍.ଏଫ୍.ସି ସୁମିତ୍ରା ସାହୁ ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମ ମାନଙ୍କର ସାମାଜିକ, ରାଜନୈତିକ ଓ ଆଇନଗତ ଅଧିକାର ଥିବା ବେଳେ ଏ ସଂପର୍କରେ ସେମାନଙ୍କୁ ବୁଝାଇବା ଆମର କର୍ତବ୍ୟ ବୋଲି କହିଥିଲେ । ଏହି ଉତ୍ସବରେ ଓଡିଶା ଅକ୍ଷମ କଲ୍ୟାଣ ସମିତିର ସଭାପତି ବିଷ୍ଣୁପଦ ମହାନ୍ତି, ଜଳେଶ୍ୱର ପୈାର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଧାରୀ ବାରିକ, ଜଳେଶ୍ୱର ଓକିଲ ସଂଘର ସଭାପତି ଚିନ୍ମୟ ଦାସ, ସଂପାଦକ ମଦନ ମୋହନ ରାଉଳ, ବିଦ୍ୟାଳୟର ସଂପାଦକ କପିଳେଶ୍ୱର ମହାନ୍ତି, ସମାଜସେବୀ କ୍ଷେତ୍ର ମୋହନ ଗିରି, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଠୀ, ଡଃ ଈଶ୍ୱର ଚନ୍ଦ୍ର ଜେନା, ଅରୁଣ କୁମାର ବେଜ, ଦିଲ୍ଲୀପ କୁମାର ଗିରି, ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ଜିତାରାମ ଦେ, ଡଃ ରମାକାନ୍ତ ଭଂଜ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜଳେଶ୍ୱର ବଡବଜାର ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଫାର୍ମାସିଷ୍ଟ ସଚ୍ଚିନ୍ଦ୍ର ନାଥ ପାଢୀ ଓ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ତାରାପଦ କର ଭିନ୍ନକ୍ଷମ ଯୋଗୁଁ ସେମାନଙ୍କ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଆଇଜାକ୍ ପରିଡା ଓ ମୁଖ୍ୟ କିରାଣୀ ଅଜୟ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା ।
ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ….
ଜଳେଶ୍ୱର,(ସମୃଦ୍ଧ ଓଡିଶା ) ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଜଳେଶ୍ୱର ବ୍ଲକ ବିଡିଓ ନିତ୍ୟାନନ୍ଦ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସବିତା ଦଳାଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ସୁଜୟ କୁମାର ଚାନ୍ଦ, ସହ କାର୍ଯ୍ୟକ୍ରମ ଅଧିକାରୀ ଶୁଭଶ୍ରୀ ଗିରି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନେ ଇ.ଭି.ଏମ୍ ମେସିନ ଦ୍ୱାରା କିପରି ଭୋଟ ଦେଇ ପାରିବେ ସେ ସଂପର୍କରେ ସେଠାରେ ଉପସ୍ଥିତ ଥିବା ୧୮ ବର୍ଷରୁ ଉର୍ଦ୍ଧ ଭିନ୍ନକ୍ଷମ ଭୋଟର ମାନଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ଦୀନକୃଷ୍ଣ ମହାବିଦ୍ୟାଳୟ ପରିସରରେ ଏନ୍.ଡି.ଆର୍.ଏଫ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଜଳେଶ୍ୱର (ସମୃଦ୍ଧ ଓଡିଶା ) ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍.ଡି.ଆର୍.ଏଫ୍) ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏନ୍.ଡି.ଆର୍.ଏଫ୍ର ବାଲେଶ୍ୱର ଜିଲ୍ଲା ମୁଖ୍ୟ ବିଶ୍ୱନାଥ ଚୈାଧୂରୀ, ସହଯୋଗୀ ଶିବାନନ୍ଦ ମହାପାତ୍ର, ଏନ୍.ସି.ସି ପ୍ରଶିକ୍ଷକ ଉଜ୍ୱଳ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜର ଆତ୍ମରକ୍ଷା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ପାରିବ ସେ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ସମସ୍ତ ଏନ୍.ସି.ସି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା