ଦୀନକୃଷ୍ଣ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ଭାଷା ହେଉଛି ସମଗ୍ର ଓଡିଆ ଜାତି ପାଇଁ ପ୍ରକୃଷ୍ଟ ପରିଚୟ ଓ ଜାତିର ବିକାଶ ନିର୍ଭରଶୀଳ । ଉତ୍କଳୀୟ ମାଟି ପାଣି ପବନରେ ସମୃଦ୍ଧ ଆମର ପ୍ରାଚୀନତମ ଓଡିଆ ଭାଷା, ଯାହାକୁ ନେଇ ପ୍ରତ୍ୟେକ ଓଡିଆ ଗର୍ବ କରନ୍ତି ଓ ଆଗାମୀ ଦିନ ପାଇଁ ଭାଷାକୁ ଅଧିକ ସମୃଦ୍ଧ କରିବାର ପଥ ଖୋଜନ୍ତି । ଆନ୍ତର୍ଜାତୀୟ ମାତୃଭାଷା ପାଳନ ଅବସରରେ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ପୌରହିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ରଜନୀକାନ୍ତ ଭୂୟାଁ ମାତୃଭାଷା ଦିବସ ପାଳନର ପ୍ରସଙ୍ଗିକତା ଓ ଓଡିଆ ଭାଷାର ଉତ୍ପତ୍ତି ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ପ୍ରଫେସର ସୁଧାଂଶୁ ଶେଖର ଗିରି, ଡ. ହିମାଂଶୁ ସେଖର ସାମଲ, ଅଧ୍ୟାପକ ବ୍ରଜମୋହନ ପଟ୍ଟାୟତ, ଅଧ୍ୟାପିକା ଇନ୍ଦିରା ପ୍ରିୟଦର୍ଶନୀ, ଅଧ୍ୟାପିକା ମନିକା ଦାସ ଯୋଗ ଦେଇ ମାତୃଭାଷାର ସୁରକ୍ଷା, ପ୍ରଗତି ଓ ମୂଲ୍ୟବୋଧ ଭିତ୍ତିକ ଅଭିଭାଷଣ ରଖିଥିଲେ । ଓଡିଆ ବିଭାଗର ମୁଖ୍ୟ ଅଜୟ କୁମାର ଗିରି ସ୍ୱାଗତ ଅଭିଭାଷଣ ରଖିଥିଲା ବେଳେ ଅଧ୍ୟାପକ ମାନସ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଆ ବିଭାଗର ବହୁଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତ ମତବ୍ୟକ୍ତ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା