ଦୀନକୃଷ୍ଣ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ୧୯୮୮ ମସିହା ବ୍ୟାଚ୍ର ଏକ ବନ୍ଧୁ ମିଳନ ଉତ୍ସବ ସୁବର୍ଣ୍ଣରେଖା ନଦୀପଠା ଶିଖରପୁରଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଂଗଠନର ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଆବାହକ ଅଧ୍ୟାପକ ଅନନ୍ତ ଦାସ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ଆଇନଜୀବୀ ବ୍ରହ୍ମାନନ୍ଦ ନାୟକ ଓ ମାଧବ ଘଡେଇଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ହରେକୃଷ୍ଣ ଜେନା, ବିଜୟ କୁମାର ସାହୁ, କମଳାକାନ୍ତ ସିଟ୍, ବିନୋଦ କୁମାର ହୁଇ, ବିବେକାନନ୍ଦ ଗିରି, କୁଳମଣି ଜେନା, ହରିନାରାୟଣ ସେନାପତି, ବ୍ରହ୍ମାନନ୍ଦ ମହାନ୍ତି, ବିଜୟ କୁମାର ବାରିକ, ସୁଜୟ କୁମାର ଦେ, ନୟନ ରଂଜନ ସେଠୀ ପ୍ରମୁଖ ଏହି ଅବସରରେ ବିଗତ ଦିନର ସ୍ମୃତି ଓ ଅନୁଭୂତି ବର୍ଣ୍ଣନା କରିଥିଲେ । ଅପରାହ୍ନରେ ବରିଷ୍ଠ ସାମ୍ବାଦିକ ସୁକୁମାର ରଣାଙ୍କ ପୌରହିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପୂର୍ଣ୍ଣଚନ୍ଦ୍ର ସେଠୀ, ସଂଜିତ କୁଅଁର, ଇନ୍ଦୁମତୀ ଗିରି, ବଂଶିଧର ବାରିକ, ଗୋପାଳ ଗୁପ୍ତା, ସଂଘମିତ୍ରା ପରିଡା, ଅନନ୍ତ ଦାସ, ଅର୍ଜୁନ କୁମାର ପ୍ରଧାନ, କେଦାରନାଥ ଦତ୍ତ ପ୍ରମୁଖ କବିତା ପାଠ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା