ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୪୦ ବର୍ଷ ପରେ ଚଳିତ ବର୍ଷ ମଧ୍ୟ ଦୀନକୃଷ୍ଣ ସ୍ମୃତିପରିଦେ ପକ୍ଷରୁ ଆଜି ନବବର୍ଷର ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରାୀ ବିଶ୍ୱାଳଙ୍କ ତତ୍ୱାବଧାନରେ ଏପରି ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯ।ଇଛି । ଆଜି ପୂର୍ବାହ୍ନରେ ତାରୁଣ୍ୟ ମିଳନ କକ୍ଷରେ ଡ. ରମାକାନ୍ତ ଭଂଜଙ୍କ ସଭାପତିତ୍ୱରେ ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉଦଘାଟନ କରି ନବବର୍ଷର ବଂଧୁମିଳନର ଯଥାର୍ଥତା ପ୍ରତିପାଦନ କରିଥିଲେ । ପ୍ରତିଷ୍ଠାତା ସଂପାଦକ ଶ୍ରୀ ବିଶ୍ୱାଳ ସମସ୍ତ ଅତିଥିଙ୍କୁ ପୁଷ୍ପ ପ୍ରଦାନ ଦୀର୍ଘ ୪୧ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯିବା ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧାକର ଗିରି, ଶରତ ଚନ୍ଦ୍ର ପରିଡା, ପଦ୍ମଲୋଚନ ପରିଡା, ଗଣେଷ ଚନ୍ଦ୍ର ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । କବିତା ପାଠୋତ୍ସବ ରେ କବି ବ୍ରଜେନ୍ଦ୍ର ଗିରି ପୌରହିତ୍ୟ କରିଥିଲେ । ଯୋଗେଶ ଚନ୍ଦ୍ର ରାଉଳ ସଂଯୋଜନା କରିଥିଲେ । କାର୍ତ୍ତିକ ଚନ୍ଦ୍ର ଦାସ, ଶାନ୍ତିଲତା ପ୍ରଧାନ, ସତ୍ୟମୟ ଆଚାର୍ଯ୍ୟ, ପ୍ରଶାନ୍ତ ରାଉଳ, ମନୋରଂଜନ ଦାସ ମହାପାତ୍ର, ସୁଶାନ୍ତ କୁମାର ଦାସ, ମୃତ୍ୟୁଞ୍ଜୟ ଘୋଷ, ସୁୂଜାତା ସାମଲ, ହେମନ୍ତ ଦାସ, ଗୌରୀଶଂକର ଗିରି, ଡ. ଅଜିତ୍ ମହାନ୍ତି, ରଂଜନ ଘୋଷ, ପରମାନନ୍ଦ ଜେନା, ତ୍ରିଲୋଚନା ଗିରି କବିତା ପାଠୋତ୍ସବ କରିଥିବା ବେଳେ ନଳୀନୀକାନ୍ତ ମହାପାତ୍ର ବେଦପାଠ କରିଥିଲେ ।