
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଷ୍ଟ୍ରବାଦୀ, ସୁସାହିତ୍ୱିକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଭାରତୀୟ ଜନତାପାର୍ଟି ୯ ନମ୍ବର ଜୋନ୍ ସପ୍ନେଶ୍ୱର ମଣ୍ଡଳ ପକ୍ଷରୁ ଶନିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି । ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଆମ୍ବଳିଅଠା ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ତପନ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଭାରତୀୟ ଜନତାପାର୍ଟି ପୂର୍ବତନ ଜିଲା ଉପସଭାପତି ଅରୁଣ ବେଜ ଯୋଗ ଦେଇ ପଣ୍ଡିତ ଦୀନଦୟାଲଙ୍କ ଆଦର୍ଶ ମାନବବାଦ ସଂପର୍କରେ ଆଲୋକପାତ କରିଥିଲେ । ନଛିମପୁର ପଞ୍ଚାୟତ ପ୍ରମୁଖ ଅରୁଣ କୁମାର ଜେନା ମଞ୍ଚ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦନଗରପାଟଣା ପଞ୍ଚାୟତ ସରପଞ୍ଚ ଦମୟନ୍ତି ମହାନ୍ତି, ସୁଗୋ ପଞ୍ଚାୟତ ସଦସ୍ୟ ସଂଜୟ ମହାନ୍ତି, ନେତୁଆ ପଞ୍ଚାୟତ ସଦସ୍ୟ ସୁରେଶ ଜେନା, ମଣ୍ଡଳ ପ୍ରଭାରୀ ନବୀନ ସାମଲ, ଜିଲା ଉପସଭାନେତ୍ରୀ ସାବିତ୍ରୀ ଜେନା, ଜିଲା କୃଷକ ମୋର୍ଚ୍ଚା ଉପସଭାପତି ନିତ୍ୟାନନ୍ଦ ଦାସ, ଯୁବମୋର୍ଚ୍ଚା ସଭାପତି ଦେବକୁମାର ଦତ୍ତ, ସାଧାରଣ ସଂପାଦକ ରବିନ୍ଦ୍ର ଜେନା, ଗୋବିନ୍ଦ ଦାସ, ଅଜୟ ଦାସ, ରଶ୍ମିରେଖା ଜେନା, ଅରବିନ୍ଦ ମଣ୍ଡଳ ସହିତ ବହୁ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା