ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଚଣ୍ଡୀଗଡ଼ରେ ନୁଆଁ ମୁଖ୍ୟମନ୍ତ୍ରୀ ଭାବେ ମନୋହରଲାଲ ଖଟ୍ଟର ଦୀପାବଳି ଅବସରରେ ହରିଆଣାର ଦ୍ୱିତୀୟ ଥର ପାଇଁ ଶପଥ ନେଇଛନ୍ତି । ସେହିପରି ଜନନାୟକ ଜନତା ପାର୍ଟିର ପ୍ରମୁଖ ନେତା ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଉଭୟ ଖଟ୍ଟର ଏବଂ ଚୌଟାଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି । ଏହି ଶପଥ ସମାରୋହ ଉତ୍ସବ ଅନ୍ୟମାନଙ୍କ ମଧ୍ୟରେ ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ ଓ ସୁଖବୀନ୍ଦର ସିଂହ ବାଦଲ ଉପସ୍ଥିତ ଥିଲେ ।ହରିଆଣାର ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟିରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟାନ୍ୟ ୯ଟି ଆସନ ଜିତିଛନ୍ତି । ୭ ସ୍ୱାଧୀନ ବିଧାୟକ ଓ ଜେଜେପିର ୧୦ ବିଧାୟକଙ୍କୁ ନେଇ ବିଜେପି ଏଠାରେ ସରକାର ଗଠନ କରିଥିବା ଜଣାପଡିଛି ।