

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମନ୍ଦିର ଠାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭ ମନାସିବା ସହ ତାଙ୍କର ଉନ୍ନତି କାମନା କରି ଦୀପ ପ୍ରଜ୍ଜଳନ କରିଛନ୍ତି । ପରେ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ସୁଧିର ପାଢୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ରଘୁନାଥ ସାହୁ, ବି. ସୁଦାମ ଓ ଭଗବାନ ବେହେରା, ପୂର୍ବତନ କାଉନସିଲର ବି.ରାଜୁ ବାବୁ, କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ ଓ ବାଦଲ କୁମାର ପାଣ୍ଡି, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଉପସଭାପତି ଲିଙ୍ଗରାଜ ମହାପାତ୍ର, ସମ୍ପାଦକ ନାଗେଶ୍ୱର ରାଓ, ପୂର୍ବତନ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସି ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢି, ସଭାପତି ସୁରେଶ କୁମାର ପଣ୍ଡା, ଉପସଭାପତି ସିମାଞ୍ଚଳ ମହାପାତ୍ର, ସମ୍ପାଦକ ଏଲ.ଗୋପାଲ ରାଓ, କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରା, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ,ସମିତି ସଭ୍ୟ ଏନ.କ୍ରିଷ୍ଣା ରେଡ୍ଡି, ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା, ପୁର୍ବତନ ସରପଞ୍ଚ ପ୍ରଦିଆ ଦାସ, ପୁର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ଓ ଗଗନ ବେହେରା, ପୁର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ସୁକାନ୍ତ ନାହାକ, ବି.ଚନ୍ଦ୍ରମଣି ପାତ୍ର, ଶ୍ରୀକାନ୍ତ ମହାନ୍ତି, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ରନାଥ ପଣ୍ଡା, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ସ୍ୱାଇଁ, ଯୁବନେତା ଅକ୍ଷୟ କୁମାର ସ୍ୱାଇଁ, ନିବାସୀ ଗୌଡ, ସରକାରୀ ଆଇନଜୀବୀ ଭୈରବୀ କୁମାର ପଟ୍ଟନାୟକ, କାଳିପ୍ରସାଦ ଦାଶ ଓ ଡମିନାଥ ସାହୁଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

