ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) କଥାରେ ଅଛି ଇଚ୍ଛା ଥିଲେ ସଫଳତା ହାତ ପାଆନ୍ତାରେ ମିଳେ । ଆଉସେଥିରେ ଜଦି ଜ୍ଞାନ କୌଶଳ ପ୍ରୟୋଗ କରାଯାଏ ତା ହେଲେ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚିବାକୁ ବେଶି ସମୟ ଲାଗେ ନାହିଁ । ସେପରି ଦୁଇ ବନ୍ଧୁ ଶିକ୍ଷାଲାଭ ପରେ ଚାକିରି ପଛରେ ନ ଗୋଡାଇ କୃଷି କାର୍ଯ୍ୟକୁ ପାଥୋଇ ନେଇଥିଲେ । କିନ୍ତୁ ଏବେ କିଛିବର୍ଷ ଧରି କାଂକଡ ଚାଷ କରି ୭୦/୮୦ହଜାର ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି । ବାଲେଶ୍ୱର ଜିଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ସେକ ସରାଇ ଗ୍ରାମର ସୁଦର୍ଶନ ମାଇତି ଓ ଖୋକନ ଜେନା ଶିକ୍ଷାଲାଭ ପରେ ସୁବର୍ଣ୍ଣରେଖଶ ନଦୀକୂଳ ସେକସରାଇ ଠାରେ ବିଭିନ୍ନ ପନିପରିବା ଚାଷ ଆରମ୍ଭ କରିଥିଲେ । କିନ୍ତୁ ପରେ କାଂକଡ ଚାଷ ସଂପର୍କରେ ଜ୍ଞାନ କୌଶଳ ଜାଣି ଏହି ଚାଷକୁ ନିଜ ଭବିଷ୍ୟତର ସହାୟକ ହେବ ବୋଲି ଜାଣି ଅଧିକ ପରିଶ୍ରମ କରିବାକୁ ଲାଗିଲେ । ଏବେ ସେମାନେ ୨ ଏକର କାଙ୍କଡ଼, ୮୦ ଡିସିମିଲ ଜହ୍ନି, ୬୦ଡି ପୋଡଳ, ୩୦ ଡିସିମିଲ ସଲରା, ୨୦ ଡିସିମଳ କାକୁଡି ଚାଷ କରିଛନ୍ତି । ଉତ୍ପାଦିତ ପରିବାକୁ ବାଳେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ୨ ମେଦିନୀପୁର ଜିଲାର ବେପାରୀ ମାନଙ୍କୁ ଯୋଗାଇ ଆସୁଛନ୍ତି । ୨ଏକର କାଙ୍କଡ଼ ଚାଷରେ ପ୍ରତିମାସକୁ ୧ଲକ୍ଷ୧୫ ହଜାର ଟଙ୍କା ହିସାବରେ ୬ମାସରେ ୭ଲକ୍ଷ ୧୫ହଜାର, ଜହ୍ନିଚାଷରୁ ୮୦ହଜାର, ପୋଟଳ ଚାଷରୁ ୮୦ହଜାର, ସଲର ଚାଷରୁ ୫୦ହଜାର, କାକୁଡି ଚାଷରୁ ୪୦ହଜାର ଟଙ୍କା ରୋଜଗାର କରିଛନ୍ତି ବୋଲି ଦୁଇ ବନ୍ଧୁ ଏଠାରେ ପ୍ରକାଶ କରିଛନ୍ତି । କିନ୍ତୁ ଏହି ଚାଷ କରିବାରେ କିମ୍ବା ସହାୟତା ଲାଗି ସରକାରୀ ଭାବେ କୌଣସି ସାହାଯ୍ୟ ମଳି ପାରି ନ ଥିବା କହିଛନ୍ତି । ସରକାରୀ ସହାୟତା, କୃଷି ଓ ଉଦ୍ୟାନ ବିଭାଗ ପ୍ରତ୍ସୋହନ ତଥା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହିତବ୍ୟାଙ୍କ ଋଣ ମିଳି ପାରିଲେ ସେମାନେ ନିଜେ ରୋଜଗାର କରିବା ସହ ଏ ଅଯଚଳର କେତେକ କୃଷୀ ଶ୍ରମିକଙ୍କୁ ରୋଜଗାର ଯୋଗେଇ ଦେବାରେ ସହାୟକ ହେବ ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା