






ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ହିଞ୍ଜିଳି ଓ ଶେରଗଡ ବ୍ଳକର ମିଶନ ଶକ୍ତି ଗ୍ରୁପର କର୍ମକର୍ତ୍ତା ଓ ସଦସ୍ୟା ଗଣଙ୍କ ଏକ ୩୫ଜଣିଆ ଟିମ ଆଜି ସୋମବାର ତା ୨୫/୦୯ ରିଖ ସକାଳ ୭ ଘଣ୍ଟ ସମୟରେ ହିଞ୍ଜିଳି ବ୍ଳକ୍ କାର୍ଯ୍ୟାଳୟ ପରିସରରୁ ୩ ଦିନିଆ ବିଦେଶ ଭ୍ରମଣ ଦୁବାଇକୁ ଯାତ୍ରା କରିଛନ୍ତି ।ଉକ୍ତ ଯାତ୍ରା ଅବସରରେ ମିଶନ ଶକ୍ତି ଗ୍ରୁପର ସଦସ୍ୟା ମାନେ ସେହି ଅଞ୍ଚଳର ବାଣିଜ୍ୟ, ଗମନା ଗମନ ଓ ପରିମଳ ବ୍ୟବସ୍ଥା ଉପରେ ଶିକ୍ଷଣୀୟ ବିଷୟରେ ବିଭିନ୍ନ ଅଞ୍ଚଳ ବୁଲି ପରିଦର୍ଶନ କରିବେ । ଚଳିତ ବର୍ଷ ହିଞ୍ଜିଳି ବ୍ଳକ୍ ସର୍ବ ଭାରତ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ , ରାଜ୍ୟ ସରକାରଙ୍କ ତରଫରୁ ଭିନ୍ନ ଭିନ୍ନ ପର୍ଯ୍ୟାୟ ସ୍ତରରେ ଜନ ପ୍ରତିନିଧି ଓ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ଏହି ବିଦେଶ ଗସ୍ତ ଭ୍ରମଣର ଆୟୋଜନ କରାଯାଇଛି । ଏହି ଭ୍ରମଣ ଅବସରରେ ୩୬ ମଧ୍ୟରେ ହିଞ୍ଜିଳି ମହିଳା ଓ ଶିଶୁ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗୀ ସୁବୁଦ୍ଧି ନେତୃତ୍ୱରେ ୩୫ ଜଣ ସଭ୍ୟା ଯାତ୍ରା କରିଛନ୍ତି । ଶେରଗଡ ଅଞ୍ଚଳରୁ ସମିତି ସଭ୍ୟା ୨ଜଣ, ଇସି ସଦସ୍ୟା ୧୧ ଜଣ ଏମ୍ବିକେ ସଦସ୍ୟା ୨ଜଣ, ଯୁଗ୍ମ ସମ୍ପାଦିକା ଜଣେ, ସମ୍ପାଦିକା ୩ଜଣ, ସଭାପତି ଜଣେ ମହିଳା ଥିବା ବେଳେ ହିଞ୍ଜିଳି ବ୍ଳକ୍ ରୁ ବି.ଏଲ.ଏଫ ୧୫ ଜଣ ସଦସ୍ୟା ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି । ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ସମସ୍ତ ମହିଳା ସଦସ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବିଦେଶ ଗସ୍ତ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ୍ : ରଜତ ପଟ୍ଟନାୟକ