ଦୁର୍ଘଟଣାରେ ଯୁବକ ନିହତ:କ୍ଷତିପୂରଣ ଦାବିରେ ରାସ୍ତା ରୋକ …

ବାରିପଦା(ସମୃଦ୍ଧ ଓଡିଶା )ମୟୂରଭଞ୍ଜ ଜିଲ୍ଲା ବିଷୋୟୀ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମହାନ୍ତି କାଲୁଣ୍ଡିଆ(୩୦)। ତାଙ୍କ ଘର ସାନମଣଦା ଗାଁରେ।ସୂଚନାଯୋଗ୍ୟ, କାଲୁଣ୍ଡିଆ ନିଜ ବାଇକ୍‌ରେ ଦୁଇ ଜଣ ମହିଳାଙ୍କୁ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ କାଲୁଣ୍ଡିଆଙ୍କ ମୃତ୍ୟୁ ଘଟିଥିଲା। ମହିଳା ଦୁଇ ଜଣ ଆହତ ହୋଇ ବିଷୋୟୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ତେଣୁ ଏନ୍‌ଏଚ୍‌-୪୯ରେ ଯାନବାହନ ଚଳାଚଳ ବନ୍ଦ ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।