ଦୁର୍ଘଟଣା ନୁହେଁ ପ୍ରାୟୋଜିତ ହତ୍ୟାକାଣ୍ଡ : ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସମ୍ପର୍କୀୟ

ଭୁବନେଶ୍ୱର ( ଆକାଶ ମିଶ୍ର ) : ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ହନୁମାନ ମନ୍ଦିର ନିକଟରୁ ଟାଟା ସଫାରି ଗାଡି ଭିତରୁ ମିଳିଥିବା ମହିଳାଙ୍କ ମୃତଦେହ ଘଟଣା ରେ ଅଡୁଆ ବଢ଼ିବାରେ ଲାଗିଛି । ମୃତ ମହିଳାଙ୍କ ନାଁ ତନୁଜା ଆଇଚ ବୋଲି ଜଣାପଡିଛି । ଯେଉଁ ଗାଡି ଭିତରେ ତନୁଜାଙ୍କ ମୃତଦେହ ଥିଲା ତାର ନମ୍ବର ଓଆର ୦୨ଏଏମ ୨୬୦୦ ବୋଲି ଜଣାପଡିଛି । ଏହି ଗାଡିଟି ଏସ ଆର କ୍ୟାରିଅର ନାମକ ଏକ ସଂସ୍ଥାର ମାଲିକାନାରେ ଥିବା ସୂଚନା ମିଳିଛି । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣା ର ରୂପ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସମ୍ପର୍କୀୟ । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ତନୁଜା ବିବାହିତା ଏବଂ ତାଙ୍କର ୬ବର୍ଷର ଗୋଟିଏ ପୁଅ ଅଛି । ତାଙ୍କ ସ୍ୱାମୀଙ୍କ ନା ସଂଗ୍ରାମ ଆଇଚ । ଘର ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳରେ । ସ୍ୱାମୀଙ୍କ ସହ ତାଙ୍କର ଗତ କିଛି ବର୍ଷ ଧରି ମନୋମାଳିନ୍ୟ ଥିଲା । କିଛି ଦିନ ହେଲା ସେ ସାମନ୍ତରାପୁର ରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ ।

ଦୀର୍ଘ ୯ ବର୍ଷ ତଳେ ସଂଗ୍ରାମଙ୍କ ସହ ତାଙ୍କର ବାହାଘର ହୋଇଥିଲା । ସ୍ୱାମୀ ଜଣେ ଠିକାଦାର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଶବ ଜବତ କରିବା ପରେ ମୃତ ମହିଳାଙ୍କ ପିଉସା ନରେନ୍ଦ୍ର ଜେନା ପୋଲିସକୁ କହିଛନ୍ତି ଯେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ପଛରେ ସ୍ୱାମୀ ସଂଗ୍ରାମ ଆଇଚଙ୍କ ହାତ ରହିଛି ।

କମିଶନରେଟ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ତେବେ ମୃତ ମହିଳାଙ୍କ ଶବ ମିଳିବ ପରେ ସଂଗ୍ରାମ ଆଇଚ ଏବଂ ୬ ବର୍ଷର ଶିଶୁ ପୁତ୍ରର କୌଣସି ପତ୍ତା ମିଳୁନଥିବା ପୋଲିସ କହିଛି । ତନୁଜାଙ୍କୁ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ତନୁଜାଙ୍କୁ ଗାଡି ଭିତରେ ବସାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି । ଗାଡି ଭିତରୁ ପୋଲିସ ମୃତ ମହିଳାଙ୍କ କିଛି ଲୁଗାପଟା ଓ ପ୍ରସାଧନ ସାମଗ୍ରୀ ଜବତ କରିଛି । ଖୁବଶୀଘ୍ର ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଲିଙ୍ଗରାଜ