



ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଦୁର୍ନୀତି ନିବାରଣ ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ବ୍ରହ୍ମପୁର ସହରରେ ପୋଲିସ ବିଭାଗ ପକ୍ଷରୁ ପାଳନ କରାଯାଇଛି । ଇଞ୍ଜିନୟରିଂ ଛକ ନିକଟସ୍ଥ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ ସିଂ ମୁଖ୍ୟଅତିଥି ରୂପେ ଯୋଗଦେଇ ଉପସ୍ଥିତ ଶ୍ରୋତାମଣ୍ଡଳୀକୁ ଦୁର୍ନୀତି କିପରି ରୋକା ଯାଇପାରିବ ସେ ସମ୍ପର୍କରେ ସାମ୍ୟକ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତାଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଆମ୍ବେଦ ନାରାୟଣ ମିଶ୍ର ଯୋଗଦେଇ ସମାଜରେ ଦୁର୍ନୀତି କିପରି ବଢୁଛି ତାକୁ ରୋକିବା ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ଉପରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ଦକ୍ଷିଣାଞ୍ଚଳ ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ, ବ୍ରହ୍ମପୁର ପୋଲିସ ଏସପି ପିନାକୀ ମିଶ୍ର, ବ୍ରହ୍ମପୁର ପୌରପରିଷଦର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଓକିଲ ସଙ୍ଘ ସଭାପତି ମୋହନ ଶିଙ୍ଗାରୀ ପ୍ରମୁଖ ଯୋଗଦେଇ ଦୁର୍ନୀତିକୁ ରୋକିବା ଦିଗରେ କି କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା