
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ‘ଜୱାଦ’ ଦୁର୍ବଳ ହେବାରେ ଲାଗିଥିବା ଆକଳନ କରାଯାଇଛି । ସୂଚନା ଅନୁଯାୟୀ ବାତ୍ୟା ‘ଜୱାଦ’ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେଉଥିଲେ ମଧ୍ୟ ‘ଜୱାଦ’ ଏବେ ପଶ୍ଚିମ ଓଡିଶା ମୁହାଁ ହୋଇଥିବା ବେଳେ ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ‘ଜୱାଦ’ ନାଁ ଦେଇଛି ସାଉଦି ଆରବ । ଆରବୀ ଭାଷାରେ ଏହାର ଅର୍ଥ ହେଉଛି ଉଦାର ବା ଦୟାଳୁ ।