ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରଯୁକ୍ତି ବିଦ୍ୟାର ସୋପାନ ଉଚ୍ଚସ୍ତରକୁ ଯାଇପାରୁଥିବା ବେଳେ ଏବେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା କରି ନିଜର ଆର୍ଥୀକ ସ୍ଥିତି ବଢାଇବା ସହିତ ସମାଜରେ ତାଳ ଦେଇ ଆଗକୁ ଚାଲିବାର ଶକ୍ତି ସଂଚୟ କରିପାରିଛନ୍ତି ବୋଲି ଗତକାଲି ଜଳେଶ୍ୱରସ୍ଥିତ ଭିନ୍ନକ୍ଷମ ଓ ଦୃଷ୍ଟିହରନ ବିଦ୍ୟାଳୟରେ କମ୍ପୁଟର ଶିକ୍ଷାଲାଗି ସେଠାରେ ଲାୟନ୍ସ କ୍ଲବ ପକ୍ଷରୁ ପ୍ରସ୍ତୁତ ହୋଇଥିବା କେନ୍ଦ୍ରକୁ ଉଦଘାଟନ କରି ବିଧାୟକ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି । ମୁନ୍ସିପାଲ୍ଟିର ନନ୍ଦିକାଠାରେ ଥିବା ଏହି ବିଦ୍ୟାଳୟକୁ ଲାୟନ୍ସ ଇଣ୍ଟରନେସନାଲ ପକ୍ଷରୁ ମୋଟ ୨୭ଲକ୍ଷ ଟଙ୍କା ବ୍ୟୟରେ କମ୍ପ୍ୟୁଟର, ବ୍ରେଲ୍ଲେ ପ୍ରିଣ୍ଟର୍ସ (ଅନ୍ଧ ପିଲାମାନେ କମ୍ପୁଟର ଶିକ୍ଷା କରୁଥିବା ପ୍ରଣାଳୀ) ଯୋଗାଇ ଦେଇଛନ୍ତି । ଆୟୋଜିତ ସଭାରେ ସଂଗଂନର ମୁଖ୍ୟ ବିଷ୍ଣୁପଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ଅନ୍ଧମୁଖ ବଧିର ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି କମଳ ଚକ୍ରବର୍ତ୍ତୀ ଯୋଗ ଦେଇ ଏପରି ଏକ କାର୍ଯ୍ୟକ୍ରମ ଜଳେଶ୍ୱରରେ ହୋଇଥିବାରୁ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ କମ୍ପୁଟର ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ଏପରି ଅନୁଷ୍ଠାନକୁ ସରକାର ସହାୟତା ଯୋଗାଇବାକୁ ନିବେଦନ କରିଥିଲେ । ମୁଖ୍ୟ ଅତିଥିଭାବେ ଲାୟନ୍ସ ଇଣ୍ଟର ନେସନାଲର ଡିଜି ଚନ୍ଦ୍ରଶେଖର ପଟ୍ଟନାୟକ ଓ ଡିଜି(ଇଲେକ୍ଟ) ପ୍ରକାଶ କୁମାର ଜେନା ମୁଖ୍ୟବକ୍ତାଭାବେ ଯୋଗ ଦେଇ ଲାୟନ୍ସ କ୍ଲବ ସମଗ୍ର ବିଶ୍ୱରେ ଚମତ୍କୃତ କାମ ଓ ଯୋଜନା ପ୍ରୟାସ କରି ସଫଳତା ଅର୍ଜନ କରୁଥିବା କହିଥିଲେ । ଆଜି ଅନୁଷ୍ଠାନର ଦୃଷ୍ଟିହୀନ ବାଳକବାଳିକାମାନେ ଶିକ୍ଷା ଗ୍ରହଣ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟରେ ପିଡିଜି ପ୍ରଭାତ କୁମାର ମହାନ୍ତି, ପ୍ରଭାତ କୁମାର ପାଲିତ, ଭିଡିଜି-୧ ପ୍ରଫୁଲ୍ଲ କୁମାର ସାମଲ, ଭିଡିଜି-୨ ଭଗବାନ ଗୁପ୍ତା, ପିଡିଜି ଭାବଗ୍ରାହୀ ପତି ବିଦ୍ୟାଳୟର ସଂପାଦକ କପିଳ ମହାନ୍ତି, ବିଦ୍ୟାଳୟର କୋଷାଧ୍ୟକ୍ଷ କ୍ଷେତ୍ରମୋହନ ଗିରି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲପାଳ ନିଲୁ ମହାପାତ୍ର, ପ୍ରଫୁଲ୍ଲ କୁମାର ପାଠୀ, ଈଶ୍ୱର କୁମାର ଜେନା, ଜିତାରାମ ଦେ, ଡ.ରମାକାନ୍ତ ଭଂଜ, ଦିଲ୍ଲିପ ଗିାରି, ଅରୁଣ ବେଜ, ସୁନିଲ ଗିରି ବିଦ୍ୟାଳୟର ପୃଷ୍ଠଭୂମୀ ଓ ଆଗାମୀ ଦିନର କାର୍ଯ୍ୟକାରୀତା ସଂପର୍କରେ ପ୍ରକାଶ କରିଥିଲେ । ଅନୁଷ୍ଠାନକୁ ଅଦ୍ୟାବଧି କୌଣସି ସରକାରୀ ଅନୁଦାନ ମିଳିନଥିବା ବେଳେ ପ୍ରଥମକରି ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନରୁ ୫ଲକ୍ଷ ଟଙ୍କା ମିଳିଥିବାର ଅନୁଷ୍ଠାନର ପ୍ରତିଷ୍ଠାତା କମଳ ଚକ୍ରବର୍ତ୍ତୀ କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା