ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପରିବେଶ କ୍ଲବର କପିଳାସ ବିଜ୍ଞାନ କେନ୍ଦ୍ର ଓ ପ୍ରାଣୀ ଉଦ୍ୟାନ ପରିଭ୍ରମଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁର ପରିବେଶ କ୍ଳବର ଛାତ୍ରଛାତ୍ରୀମାନେ କପିଳାସ ବିଜ୍ଞାନ କେନ୍ଦ୍ର ଓ ପ୍ରାଣୀ ଉଦ୍ୟାନ ପରିଭ୍ରମଣ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପରିବେଶ କ୍ଲବର ତତ୍ୱାବଧାରକ ହରିହର ସାହୁଙ୍କ ତତ୍ୱାବଧାନରେ ଗତ ଡିସେମ୍ବର ୧୫ ଦିନ ପରିଭ୍ରମଣ କରିଥିଲେ । ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଓ ବନ୍ୟପ୍ରାଣୀ  ସୁରକ୍ଷା ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଉଦବୋଧନ ଦେଇଥିଲେ । କପିଳାସ ପ୍ରାଣୀ ଉଦ୍ୟାନରେ ଛାତ୍ରଛାତ୍ରୀମାନେ ଢେଙ୍କାନାଳ ଉକ୍ତ କ୍ଲବର ମାଷ୍ଟର ଟ୍ରେନର ତଥା ପୂର୍ବତନ ଅବୈଦନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଓ ବିଶିଷ୍ଠ ପରିବେଶ ବିତ ପ୍ରଦ୍ୟୁମ୍ନ ରଥ ଙ୍କୁ ଭେଟି ଓ ତାଙ୍କ ସହିତ ମିଶି ଆନନ୍ଦ ଅନୁଭବ କରିଥିଲେ । ବନ୍ୟ ପ୍ରାଣୀ ସୁରକ୍ଷା ଜୀବନ ରକ୍ଷା ଉପରେ ସୁଭଦ୍ରା ଷଡ଼ଙ୍ଗୀ ଓ ଶୁଚିସ୍ମିତା ଖଟୁଆ ବକ୍ତବ୍ୟ ରଖିଥିଲେ । ପଠନ କ୍ଲବ ସଭାପତି ସୁଭଦ୍ରା ଷଡ଼ଙ୍ଗୀ ‘ଗଛଟିଏ’ କବିତା ସୁନ୍ଦର ଭାବରେ ଗାନ କରିଥିଲେ । ବିଶିଷ୍ଟ ପରିବେଶ ବିତ ଶ୍ରୀଯୁକ୍ତ ରଥ ତାଙ୍କୁ ପ୍ରସଂଶିତ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି