

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗଁଦିଆ ବ୍ଲକର ଦେଓଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହା ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନେତାଜୀଙ୍କ ତ୍ୟାଗପୂର୍ଣ୍ଣ ଜୀବନ ଓ ଆଦର୍ଶରେ ଅନୁପ୍ରେରିତ ହେବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପିଲାମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା । ବକୃତାରେ ଶ୍ରୀୟା ଶୁଚିସ୍ମିତା ଖଟୁଆ ପ୍ରଥମ, ଶୁଭଶ୍ରୀ ଷଡ଼ଙ୍ଗୀ ଦ୍ୱିତୀୟ, ସୋମ୍ୟାପ୍ରିୟ ଦର୍ଶନୀ ରଣା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସଂଗେ ସଂଗେ ଜଣା ଅଜଣାରେ ଲକ୍ଷ୍ମୀପ୍ରିୟା ରଣା ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ ବିଦ୍ୟାଳୟ ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରି ଗ୍ରାମ ପରିକ୍ରମା କରାଯାଇ ସୁବାସ ବୋଷଙ୍କ ଗାରିମାର ଗୁଣଗାନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି

