ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଅଧିକାରୀଙ୍କ ତରଫରୁ ଏକ ଦିବସୀୟ ବିଜ୍ଞାନ ପରିଭ୍ରମଣ ସୁଯୋଗ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାର୍ଚ୍ଚ ୧୮ ତାରିଖ ଦିନ ତଥା ଆଜି ମିଳିଥିଲା । ବିଜ୍ଞାନ କେନ୍ଦ୍ର ଅଧିକାରୀ ଏନ.ବି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରିଭ୍ରମଣ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାଇ ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର ବେଲଟିକିରଙ୍କୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ସହକର୍ମୀମାନଙ୍କ ସହିତ ବିଦ୍ୟାଳୟର ୧୦୧ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବିଜ୍ଞାନ ଅଧିକାରୀ ଶ୍ରୀ ସାହୁ ଏବଂ ତାଙ୍କ ସହକର୍ମୀ ପିଲାମାନଙ୍କୁ ଦୋଳନ, ତ୍ରିଭୁନ ଖଣ୍ଡ ସମାନ ଦୂରତା, ଭାରତୀୟ ବୈଜ୍ଞାନିକଙ୍କ ବିଜ୍ଞାନ ପାଇଁ ଅବଦାନ, ନିୟୁଚିନଙ୍କ ତୃତୀୟ ଗତ, କ୍ରୀଡା ଓ ପ୍ରତିକ୍ରିୟା ସମ୍ବନ୍ଧରେ ଅତି ସୁନ୍ଦର ଭାବେ ବୁଝାଇଥିଲେ । ପ୍ରତ୍ୟେକ ଅଂଶ ଗ୍ରହଣକାରୀଙ୍କ ବିଜ୍ଞାନ ଅଧିକାରୀ ଗୋଟିଏ ଗୋଟିଏ ବିଜ୍ଞାନ ଯନ୍ତ୍ର ‘ସୂଚି ଚୁମ୍ବକ’ ଉପହାର ଦେଇଥିଲେ । ବିଜ୍ଞାନ କେନ୍ଦ୍ର ତରଫରୁ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କାର୍ଯ୍ୟକ୍ରମର ସଫଳତା ଯୋଗୁ ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଜ୍ଞାନ ଅଧିକାରୀ ଓ ତାଙ୍କ ସହ କର୍ମୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି