ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନବାଗତ ୨୯୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଏବଂ ଶିକ୍ଷାବିତ ଶତ୍ରୁଘ୍ନ ସାହୁ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏପ୍ରିଲ ୧୦ ତାରିଖ ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜ୍ୟୋତ୍ସାରାଣୀ ବାରିକ ଉପସ୍ଥିତ ହୋଇ ମଣିଷ ତିଆରି କାରଖାନା ବାସ୍ତବିକ ଛାତ୍ରଛାତ୍ରୀଙ୍କ ନିର୍ମାଣର ମାର୍ଗଦର୍ଶକ ବୋଲି କହିଥିଲେ । ଏଣୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଆଦର୍ଶ ଶିଶୁ ହେଲେ, ଗ୍ରାମ ଓ ଜାତିର ଉନ୍ନତି ହେବ ବୋଲି ମତ ରଖିଥିଲେ । ସମ୍ବର୍ଧନା ଶିକ୍ଷକ ପ୍ରତ୍ୟକ୍ଷ ଶିକ୍ଷାବିତ ଶତ୍ରୁଘ୍ନ ସାହୁ ନିୟମିତ ଅଧ୍ୟୟନ ମାଧ୍ୟମରେ ଜ୍ଞାନ ଆରୋହଣ କରିବା ପାଇଁ ମତ ରଖଥିଲେ ।ବିଦ୍ୟାଳୟ ତରଫରୁ ଶିକ୍ଷାବିତ ଶତ୍ରୁଘ୍ନ ସାହୁଙ୍କୁ ସମ୍ମାନପଦ ପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସବର୍ଦ୍ଧିତ କରାଯିବା ସଂଗେ ନୂତନ ଛାତ୍ରଛାତ୍ରୀଙ୍କୁ ଚନ୍ଦନ ପୁଷ୍ପ ଓ ମିଠା ଦେଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରି ଶାନ୍ତିଲତା କର, ମମତା ବେହୁରା ଓ ସଂଜ୍ଞା ନାଗରିକା ସ୍ୱାଇଁ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି