ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ବଡ଼ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ରୂପେ ଗ୍ରାମ ପଞ୍ଚାୟତର ସରପଂଚ ଶ୍ରୀମତୀ ସାଗରିକା ସାହୁ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ ଓ ସମାଜସେବୀ ମାନସ କୁମାର ସାହୁ ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଛାତ୍ର ରୋସନ କୁମାର ସାହୁ ଓ ଅଙ୍କିତ ରାଉତ ଉଦବୋଧନ ଦେଇଥିଲେ । ପରେ ଏକ ରାଲି ଗ୍ରାମ ପରିକ୍ରମା କରି ଦେଓଗାଁ ସେବା ସମବାୟ ସମିତି ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ନୂଆ ସାହି, ସେବାୟତ ସଂଘ ଓ ଚନ୍ଦ୍ର ଶେଖର ୟୁଥ କ୍ଳବ ଜାତୀୟ ପତାକା ଉତ୍ତୋଳନରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭ୍ୟ ପ୍ରକାଶ ଚନ୍ଦ୍ର ସେଠି, ଶିକ୍ଷୟତ୍ରି ଶାନ୍ତିଲତା ଦାସ, ମମତା ଦେହୁରୀ, ନମିତାପ୍ରଣ ସାହୁ ଓ ସଜ୍ଞା ସାଗରିକା ସ୍ୱାଇଁ ସକ୍ରିୟ ସହଯୋଗ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି