

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଥିବାରୁ ଏହାର ପ୍ରଭାବରେ ପୁରୀ ସହର ସମେତ ପୂରା ଜିଲ୍ଲା ଏବଂ ଭୁବନେଶ୍ୱରରେ ଭୟଙ୍କର ପରିସ୍ଥିତି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସାଙ୍ଗକୁ ଭୟଙ୍କର ପବନ ହୋଇଥିଲା । ଫୋନି ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହିତ ଚାଳ ଓ ଟିଣ ଛପର ଘର ଉଡ଼ି ଯାଇଛି । ଭୁବନେଶ୍ୱରରେ ବି ଗଛ ଉପୁଡ଼ି ଯାଇଛି । ଭୁବନେଶ୍ୱରରେ ରେଳଷ୍ଟେସନରେ ମଧ୍ୟ ଟିଣ ଉଡିଯାଇଛି ବହୁ କ୍ଷତିଗ୍ରସ୍ତ ହୋଇଛି । ବହୁତ ଘର ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଗାଡ଼ି ଉପରେ ଗଛ ପଡ଼ିଯାଇଛି । ଦୋକାନର ହୋଡ଼ିଂ ମଧ୍ୟ ଉଡ଼ିଯାଇଛି । ଫୋନିର ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଚାଳ ଘର ଓ ପୁରଣା ଘରେ ନ ରହିବା ପାଇଁ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । ସେହିପରି ପବନ ସମୟରେ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏବେ ପର୍ଯ୍ୟନ୍ତ କୌଣସି ଦୋକାନ ବଜାର ଖୋଲା ଯାଇନାହିଁ କି କାହା ଘରେ ଚୁଲି ଲାଗି ନାହିଁ । ସମସ୍ତେ ନିଜ ନିଜ ଘରକୁ ସଜାଡିବାରେ ଲାଗିଛନ୍ତି । ପାଣିର ସୁବିଧା ନାହିଁ, ଲାଇନ ନାହିଁ, ବିଦ୍ୟୁତ ତାର ଗୁଡିକ ଚିଡି ଯାଇଛି ଯେଉଁଠି ପାଇଁ ଏହି ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ଫୋନି ପ୍ରଭାବିତ ଜିଲ୍ଲାରେ । ପ୍ରଶାସନ ପକ୍ଷରୁ ସବୁ ସମସ୍ୟାର ସମାଧାନ କରିବା ପାଇଁ ନିଜ ନିଜ କାମରେ ଲାଗି ପଡିଛନ୍ତି । କିନ୍ତୁ ଫୋନି ଏତେ ପ୍ରଭାବିତ କରିଛି ଯେ ସବୁ କିଛି ସଜାଡ଼ିବାକୁ ବହୁ ଦିନ ଲାଗିଯାଇ ପରେ କିଛି କୁହାଯାଇପାରିବ ନାହିଁ ଯେ କେବେ ସବୁ ଠିକ ହେବ । କିନ୍ତୁ ପ୍ରଶାସନ ପକ୍ଷରୁ କୁହାଯାଉଛି ଯେ ଖୁବ ଶୀଘ୍ର ଯେପରି ହେଇ ପାରିବ ସେହିଭଳି କାର୍ଯ୍ୟ କରି ଚାଲିଛୁ । ପ୍ରଶାସନ ପକ୍ଷରୁ କାର୍ଯ୍ୟ ମଧ୍ୟ ଚାଲିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


