ଦେଖନ୍ତୁ , ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ଭୋଟ ଦେବାର ଦୃଶ୍ୟ

ରାଉରକେଲା(ସମୃଦ୍ଧଓଡିଶା)ସୁନ୍ଦରଗଡ ଜିଲ୍ଲା ବଣାଇଁ ନିର୍ବାଚନ ମଣ୍ଡଳୀର ଲହୁଣୀପଡ଼ା ବ୍ଲକ କଲେଇପୋଷ ପଞ୍ଚାୟତ କେନ୍ଦୁଡିହ ଗ୍ରାମରେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ନିଜ ପରିବାର ସଦସ୍ୟଙ୍କ ସହିତ ମତଦାନ କରିଛନ୍ତି । ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ପରିବାର ସହ ଆଦିବାସୀ ପରମ୍ପରାରେ ନିଜ ଘରେ ପୂଜାର୍ଚ୍ଚନା କରି କେନ୍ଦୁଡିହ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ୧୬୭ ନମ୍ବର ବୁଥ୍‌କୁ ଆସି ଲାଇନରେ ଛିଡା ହୋଇ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ତଥା ପରିବାର ସଦସ୍ୟମାନେ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହି ଭୋଟ ଦେବା ଦୃଶ୍ୟ ବେଶ ଆକର୍ଷଣୀୟ ଥିଲା କାହିଁକି ନା ଜୁଏଲ ଓରାମ ବିଜେପିର ଓଡ଼ିଶାରେ ୧୯୯୧ରେ ବିଧାୟକ ଥିଲେ ଓ ପରେ ପରେ ବାରମ୍ବାର କେନ୍ଦ୍ରୀୟ ମନ୍ତୀ ମଧ୍ୟ ହୋଇଛନ୍ତି । ସେ ବିଜୟୀ ହେବାପରେ ତାଙ୍କ ଅଞ୍ଚଳର ଲୋକମାନେ ତାଙ୍କୁ ଭଲ ପାଉ ଥିବାରୁ ଦେଖିବାକୁ ଆସିଛନ୍ତି ବୋଲି ଗଣମାଧ୍ୟମକୁ ଅତି ସୁନ୍ଦର ବୟାନ ଦେଇଥିଲେ ।

ରିପୋର୍ଟ : ରଜତ ମହାପାତ୍ର