ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦେବକୁମାର ଗାଁରେ ଦେବକୁମାର ଓ ଗୋଠଣାହାଟ ବଣିକ ସଂଘ ପକ୍ଷରୁ ଆନନ୍ଦମୟି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜଳେଶ୍ୱର ଏସଡ଼ିପିଓ ଅଙ୍କିତା କୁମ୍ଭାର ଉଦଘାଟନ କରି ଟିକିଏ ରକ୍ତ କାହାର ଜୀବନ ରକ୍ଷା କରିପାରେ, ମାନବିକ ଦୃଷ୍ଟି କୋଣରୁ ଆମେ ସମସ୍ତେ ରକ୍ତାଦାନ କରି ଜୀବନ ରକ୍ଷାରେ ସହାୟକ ହେବା ଉଚିତ ବୋଲି କହିଥିଲେ । ସମାଜସେବୀ ତଥା ସ୍ତମ୍ଭକାର ସୁଦର୍ଶନ ଦାସ ରାଜ୍ୟରେ ଥାଲାସେମିଆ ଦୁର୍ଘଟଣା ଓ ପ୍ରସୁତୀମାନଙ୍କ ଲାଗି ରକ୍ତର ବ୍ୟାପକ ଆବଶ୍ୟକତା ଥିବାରୁ ଯୁବଶକ୍ତି ରକ୍ତଦାନ କରି ସାମାଜିକ ସ୍ତରରେ ଆନ୍ଦୋଳନ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବାଲେଶ୍ୱର ଜିଲା ରକ୍ତଦାତା ସଂଘର ସଭାପତି, ବିଦ୍ୟାଳୟର ଶିକ୍ଷକ ସୁକୁମାର ମିଶ୍ର, ପୂର୍ବତନ ସରପଂଚ ରବିନ୍ଦ୍ର ରାୟ, ବାପୁଜୀ ଦାସ, ମନୋରଂଜନ ମିଶ୍ର, ହେମନ୍ତ ପ୍ରଧାନ, ନୀଳକଣ୍ଠ ମହାନ୍ତି, ସ୍ୱଦେଶୀ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇ ରକ୍ତ ସଂଗ୍ରହ ପରିଚାଳନା କରିଥିଲେ । ବାଲେଶ୍ୱର ରେଡକ୍ରସରର ଡାକ୍ତର ଓ କର୍ମଚାରୀମାନେ ଏଥିରେ ସହାୟତା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା