ସ୍ୱାମୀ ଶ୍ରୀ ଆତ୍ମାନନ୍ଦଜୀ ମହାରାଜ ୧୯୫୧ ମସିହା ଜୁନ ମାସ ୧୮ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଲକର ତ୍ରିଲୋଚନପୁର ଶାସନ ଗ୍ରାମରେ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିଲେ । ସ୍ୱାମୀଜୀଙ୍କର ପୂର୍ବାଶ୍ରମର ନାମ ଥିଲା ନିରଞ୍ଜନ ଦେବ । ସ୍ୱାମୀଜୀ କଟକର ପ୍ୟାରୀମୋହନ ଏକାଡେମୀରେ ଅଧ୍ୟୟନ କରି ହାଇସ୍କୁଲ ପାସ କରିବା ପରେ କଟକର ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ସମୟରେ କେନ୍ଦ୍ର ସରକାରଙ୍କର ଛାତ୍ର ବୃତ୍ତି ପାଇ ପଶ୍ଚିମବଙ୍ଗର ବୋଲପୁର ଠାରେ ବିଶ୍ୱଗୁରୁ ରବୀନ୍ଦ୍ର ରଥ ଟାଗୋରଙ୍କର ଶାନ୍ତି ନିକେତନରେ ଅର୍ଥନୀତିରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ତାପରେ ଦିଲ୍ଲୀରେ ଅର୍ଥନୀତିରେ ସ୍ନାତକୋତ୍ତର ଓ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରି ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟରତ ଥିଲେ ।
କର୍ମଜୀବନ୍ତ ଓ ସମାଜସେବା —
କିନ୍ତୁ ବର୍ଷ ପ୍ରାଇଭେଟ ସେକ୍ଟରରେ କାମ କଲା ପରେ ଗରିବ ଓ ନିଷ୍ପେସିତ ବର୍ଗର ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସମାଜସେବାରେ ଲାଗିଗଲେ । ଓଡିଶା ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟର ଦରିଦ୍ର ଆଦିବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଅର୍ଥଶାସ୍ତ୍ର ଓ ମ୍ୟାନେଜମେଣ୍ଟରେ ଉଚ୍ଚତର ଶିକ୍ଷା ଲାଭ କରିଥିବାରୁ ସ୍ୱାମୀଜୀ ମ୍ୟାନେଜମେଣ୍ଟ କନସଲଟାଣ୍ଟ ହିସାବରେ କାମ କରୁଥିଲେ ।
ଗୃହସ୍ଥାଶ୍ରମ —
୧୯୭୭ ମସିହାରେ ସ୍ୱାମୀଜୀ ଗୃହସ୍ଥାଶ୍ରମରେ ପ୍ରବେଶ କଲେ । କିନ୍ତୁ ମାତ୍ର ୧୦ ବର୍ଷରୁ କମ ସମୟ ଗୃହସ୍ଥ ଭାବରେ ରହି ଅନ୍ତରର ନିର୍ଦ୍ଦେଶ ଲାଭ କରି ୧୯୮୭ ମସିହାରେ ଗୃହତ୍ୟାଗ କଲେ । ୧୯୮୭ ମସିହାରେ ଶେଷ ଭାଗରେ ସ୍ୱାମୀଜୀ ପ୍ରବର୍ତ୍ତକ ମହେଶଯୋଗୀଙ୍କର ଡାକରା ପାଇ ତାଙ୍କର ଗ୍ଲୋବାଲ ଡ଼ାଇରେକ୍ଟର ପଦବୀରେ ଯୋଗ ଦେଲେ । ମହର୍ଷି ରେଭେନ ଅନ ଆର୍ଥ କମ୍ପାନୀର ଫାଇନାନ୍ସ ଡିରେକ୍ଟର ଥିବା ସମୟରେ ସ୍ୱାମୀଜୀ ଦକ୍ଷିଣ ଆମେରିକାର ବ୍ରାଜିଲ ସରକାରଙ୍କ ସହ ମହର୍ଷି ଫାଉଣ୍ଡେସନ ତରଫରୁ ଏକ ଅର୍ଥନୈତିକ ଚୁକ୍ତି ସ୍ଵାକ୍ଷର କରାଇ ବ୍ରାଜିଲ ଦେଶର ବୈଦେଶିକ ଋଣ ପରିଶୋଧର ଉପାୟ ବାହାର କରିବାରେ ସଫଳ ହୋଇଥିଲେ । ଏହାପରେ ସ୍ୱାମୀଜୀ ଆନ୍ତର୍ଜାତିକ ମହଲରେ ଜଣେ ଦକ୍ଷ ଅର୍ଥନୀତିଵିତ ଓ କନସଲଟାଣ୍ଟ ଭାବେ ସୁନାମ ଅର୍ଜନ କରିଥିଲେ ।
ସାଧନା ଜୀବନ —
୧୯୯୧ ମସିହାରେ ମହର୍ଷିଙ୍କର ଆଶୀର୍ବାଦ ନେଇ ସ୍ୱାମୀଜୀ ମହର୍ଷି ଆନ୍ଦୋଳନରୁ ବିଦାୟ ନେଲେ ଓ ନିଜର ଆଧ୍ୟାତ୍ମିକ ସାଧନାରେ ମନୋନିବେଶ କରି ସମଗ୍ର ଭାରତ ପରିକ୍ରମା କଲେ । ସ୍ୱାମୀଜୀ ପିଲାଦିନରୁ ସଦଗୁରୁ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀଙ୍କର କୃପା ଲାଭ କରି ଛାତ୍ରାବସ୍ଥାରୁ ଯୋଗ ସାଧନା କରୁଥିଲେ ଓ ଅନେକ ଯୋଗସିଦ୍ଧି ଲାଭ କରିଥିଲେ ମଧ୍ୟ ବାହ୍ୟଜଗତକୁ ଏ ସବୁ କିଛି ସୂଚନା ଦେଇ ନଥିଲେ । ଭାରତ ପରିକ୍ରମା କରିବା ସମୟରେ ଅନେକ ସିଦ୍ଧ କ୍ଷେତ୍ର, ତୀର୍ଥସ୍ଥାନ ଓ ଧର୍ମସ୍ଥାଳରେ ରହି ଯୋଗସିଦ୍ଧିର ବିଭିନ୍ନ ଅବସ୍ଥା ଅତିକ୍ରମ କରିଥିଲେ । କିନ୍ତୁ କୌଣସି ଥିରେ ତାଙ୍କର ପୂର୍ଣ୍ଣତା ଆସିବା ସେ ଅନୁଭବ କରି ପାରିଲେ ନାହିଁ ।
ସବିକଳ୍ପ ସମାଧି …
ଭାରତରେ ବହୁ ପ୍ରାନ୍ତର ବୁଲି ଶେଷରେ ପଣ୍ଡିଚେରୀର ସୀମା ଶ୍ରୀ ଅରବିନ୍ଦ ଆଶ୍ରମରେ ପହଞ୍ଚିଥିଲେ । ପଣ୍ଡିଚେରୀରେ ଥିବା ସମୟରେ ସ୍ୱାମୀଜୀ ପ୍ରଥମେ ସବିକଳ୍ପ ସମାଧିର ଅନୁଭବ ଲାଭ କଲେ । ପଣ୍ଡିଚେରୀର ପ୍ରସିଦ୍ଧ ସାଧନ ବାବାଜୀ ମହାରାଜ ସ୍ୱାମୀଜୀଙ୍କ ଯୋଗ୍ୟ ସିଦ୍ଧି ବିଷୟରେ ଜାଣିବା ପରେ ସ୍ୱାମୀଜୀଙ୍କର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରି ଦେଲେ । ପଣ୍ଡିଚେରୀରେ ସାଧନା ସମାପ୍ତ ହୋଇଛି ବୋଲି ସ୍ୱାମୀଜୀ ଅନୁଭବ କଲେ ଓ ମହାମାୟୀଙ୍କ ଠାରୁ ନିର୍ଦ୍ଦେଶ ପାଇ ତାମିଲନାଡୁର ତିରୁବନ୍ନମଲାଇସ୍ଥିତ ପ୍ରସିଦ୍ଧ ଅରୁଣାଞ୍ଚଳମ ପାହାଡର ପାଦ ଦେଶରେ ପହଞ୍ଚିଲେ ।
ନିର୍ବିକଳ୍ପ ସମାଧି ….
ସେତେବେଳେ ତିରୁବନଲାଇ ଭାରତର ଏକ ପ୍ରସିଦ୍ଧ ସିଦ୍ଧିକ୍ଷେତ୍ର ବୋଲି ପରିଚିତ ହୋଇ ସାରିଥିଲା । ଅରୁଣାଞ୍ଚଳ ପାହାଡ଼ରେ ଥିବା ଅନେକ ଗୁମ୍ଫାରୁ ଗୋଟିଏ ଗୁମ୍ଫାରେ ପ୍ରବେଶ କରି ସ୍ୱାମୀଜୀ ସାଧନାର ଅନ୍ତିମ ଅବସ୍ଥା ନିର୍ବିକଳ୍ପ ସମାଧି ପାଇଁ ଅପେକ୍ଷା କରି ରହିଲେ । ସ୍ୱାମୀଜୀଙ୍କର ଯୋଗ ସାଧନା ତୀବ୍ରରୁ ତୀବ୍ରତର ହେଲା । ପରିଶେଷରେ ୧୯୯୭ ମସିହା ଗୁରୁ ପୂର୍ଣ୍ଣିମାର ଜ୍ୟୋତ୍ସାସ୍ନାତ ରାଜନୀରେ ସ୍ୱାମୀଜୀ ନିର୍ବିକଳ୍ପ ସମାଧି ଅବସ୍ଥା ଲାଭ କଲେ । ନିର୍ବିକଳ୍ପ ଭୂମିରୁ ଫେରି ଆସିଲା ପରେ ସେ ଅନେକ ଦିନ ଆତ୍ମା ମୌନ ରହୁଥିଲେ । ଧୀରେ ଧୀରେ ତାଙ୍କ ପାଖକୁ ଅନେକ ଲୋକ ଆସିବାକୁ ଆରମ୍ଭ କଲେ । ସେମାନେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସ୍ୱାମୀଜୀ କୌଣସି ପ୍ରଶ୍ନର ଉତ୍ତର ନ ଦେଇ କେବଳ ନୀରବରେ ପ୍ରଶ୍ନକର୍ତ୍ତାଙ୍କୁ ଚାହୁଁ ଥିଲେ । ସ୍ୱାମୀଜୀଙ୍କ ଏହି ନୀରବତା ଭିତରୁ ହିଁ ସାର୍ଥକମାନେ ତାଙ୍କ ପ୍ରଶ୍ନର ଉତ୍ତର ପାଇ ଯାଉଥିଲେ ।
ଗୁରୁଭାଇ ବହନ ଓ ବିଦେଶ ଯାତ୍ରା…
ବିଧିର ବିଧାନ ଅନୁସାରେ ସ୍ୱାମୀଜୀଙ୍କ ପାଖକୁ ବିଦେଶରୁ ଏପରି ଏକ ଯୋଗୀ ଆସି ପହଁଚିଲେ ଯିଏ ସ୍ୱାମୀଜୀଙ୍କୁ ଏଇ ନୀରବତା ଭିତରୁ ଉଠାଇ ଆଣିବାକୁ ସକ୍ଷମ ହୋଇଥିଲେ । ସେ ଥିଲେ ପ୍ୟାଟି ମସଲା ଜଣେ ମହିୟସୀ ମହିଳା ଯିଏ ଥିଲେ ଜଣେ ପ୍ରସିଦ୍ଧ ଯୋଗୀ । ସେ ସ୍ୱାମୀଜୀଙ୍କୁ ଗୁରୁ ଭାବରେ ଗ୍ରହଣ କଲେ ଓ ତାଙ୍କର ନିବେଦନ ରକ୍ଷା କରି ସ୍ୱାମୀଜୀ ୧୯୯୫ ମସିହାରେ ଆମେରିକା ଯାତ୍ରା କଲେ । ତାପରେ ଆମେରିକାର ନେଭେଡା ରାଜ୍ୟର ରାଜଧାନୀ କାସନ ସିଟିର ଉପକଣ୍ଠରେ ଥିବା ସିଲଭର ସିଟିରେ ସ୍ୱାମିଜୀଙ୍କର ପ୍ରଥମ ଆଶ୍ରମ ପ୍ରତିଷ୍ଠା ହେଲା । ଯେଉଁଠାରେ ଆଶ୍ରମ ପ୍ରତିଷ୍ଠା ହେଲା ତାହା ହେଉଛି ସୁନା ରୂପା ଧାତୁ ପୂର୍ଣ୍ଣ ଏକ ବଡ଼ ପାହାଡ଼ । ସମୁଦ୍ର ପତନରୁ ୨୦୦୦ ଫୁଟରୁ ଉଚ୍ଚରେ ଅବସ୍ଥିତ ସିଲଭର ସିଟି ହେଉଛି ଟାଙ୍ଗରା ପାହାଡ ପରିପୂର୍ଣ୍ଣ ଏକ ଛୋଟ ସହର । ଆମ ସରକାର ସେହି ପାହାଡ ଉପରେ ସ୍ୱାମିଜୀଙ୍କର ଶିକ୍ଷା ପ୍ୟାଟି ମାର୍ଶଲ ନିର୍ମାଣ କଲେ ଗୁରୁଙ୍କ ପାଇଁ ପ୍ରଥମ ଗୁରୁ କୁଟୀର । ଗୁରୁ କୁଟୀରରେ ସ୍ୱାମୀଜୀ ରହୁଥିବା ବେଳେ ଅନେକ ସାଧକ ସ୍ୱାମୀଜୀଙ୍କ ଯୋଗ ଶକ୍ତି ଦ୍ୱାରା ଆକର୍ଷିତ ହୋଇ ଆସୁଥିଲେ ।
ସ୍ୱାମୀଜୀଙ୍କ ସାଧନା ଓ ଦର୍ଶନ….
ସ୍ୱାମୀଜୀଙ୍କ ବିନା ନିର୍ଦ୍ଦେଶରେ ଶିଷ୍ୟ ମାନେ ତାଙ୍କ ବିଷୟରେ କିଛି କହୁ ନ ଥିଲେ । କୌଣସି ପ୍ରକାରର ସେ ପକ୍ଷପାତୀ ନ ଥିଲେ । ସ୍ୱାମୀଜୀଙ୍କ ପାଖକୁ ସାଧନାର ମାର୍ଗ ଦର୍ଶନ ପାଇଁ ଯେଉଁମାନେ ଆସୁଥିଲେ ସେମାନଙ୍କ ଭିତରୁ ଶତକଡା ୯୦ ଭାଗ ଥିଲେ ୟୁନିଭରସିଟି ପ୍ରଫେସର, ଗବେଷକ, ବୈଜ୍ଞାନିକ, ଡାକ୍ତର, ଇଂଜିନିୟର, ଆମେରିକା ପାର୍ଲ୍ୟାମେଣ୍ଟର ସଦସ୍ୟ । ୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ ସ୍ୱାମୀଜୀଙ୍କର ମାର୍ଗଦର୍ଶନ ଲାଭ କରି ଅନେକ ସାଧନ ଗୁରୁ ରୂପେ ପ୍ରତିଷ୍ଠିତ ହୋଇ ସାରିଲେଣି ।
ସ୍ୱାମୀଜୀଙ୍କ ଯୋଗ ମାର୍ଗ…
ସ୍ୱାମୀଜୀଙ୍କ ପ୍ରଦର୍ଶିତ ଯୋଗ ମାର୍ଗ ହେଉଛି ଜ୍ଞାନ ଯୋଗ । ସ୍ୱାମୀଜୀ ବେଦ, ଉପନିଷଦ, ବ୍ରହ୍ମାସୁତ୍ର, ଭକ୍ତି ସୂତ୍ର, ମିମାଂସା ଶାସ୍ତ୍ର, ଷଡ଼ଦର୍ଶନ, ଶ୍ରୀମଦ ଭାଗବତ ଗୀତା, ଭାବଗତ ମହାପୁରାଣ, ରାମାୟଣ, ମହାଭାରତ ଆଦି ସବୁ ଶାସ୍ତ୍ରରେ ତାଙ୍କର ବିଚାର ଓ ବିଶେଷଣ ରଖିଥିଲେ ମଧ୍ୟ ଶ୍ରୀମଦ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଦେଖାଇଥିବା ଯୋଗ ହିଁ ସନାତନ ଯୋଗମାର୍ଗ ବୋଲି ସ୍ୱାମିଜୀଙ୍କର ଉପଲବ୍ଧି ହୋଇଛି । ତେଣୁ ସ୍ୱାମୀଜୀ ଏହି ଯୋଗର ସାଧନା ରହସ୍ୟ ଉଦଘାଟନ କରି ଶିଷ୍ୟ, ଭକ୍ତମାନଙ୍କୁ ଏହି ଯୋଗରେ ସାଧନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାମୀଜୀଙ୍କ ପ୍ରତି ପ୍ରଦତ୍ତ ସେହି ଯୋଗ ତତ୍ତ୍ୱ ଏବେ ପୃଥିବୀର ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ହଜାର ହଜାର ଯୋଗୀଙ୍କୁ ଗୀତା ଯୋଗରେ ମାର୍ଗ ଦର୍ଶନ ହେଉଛି ।
ସ୍ୱାମୀଜୀଙ୍କ ରଚନାବଳୀ…
ସ୍ୱାମୀଜୀ ବେଦ ପୁରାଣ, ଯୋଗ ଦର୍ଶନ, ଉପନିଷଦ, ବ୍ରହ୍ମସୁତ୍ର, ଭକ୍ତି ମୀମାଂସା ସୂତ୍ର, ଭାଗବତ ମହାପୁରୁଷ, ରାମାୟଣ, ମହାଭାରତ, ଗୁରୁ ଗୀତା ଆଦି ମୌଳିକ ଗ୍ରନ୍ଥ ଉପରେ ଗତ ୨୫ ବର୍ଷ ଧରି ହଜାର ହଜାର ଅଭିଭାଷଣ ଦେଇ ଆସିଛନ୍ତି । ତାଙ୍କ ଦ୍ୱାରା ଅନୁବାଦିତ ଶ୍ରୀମଦ ଭାଗବତ ଗୀତାର ଇଂରାଜୀ ସଂସ୍କରଣ ପୃଥିବୀ ପ୍ରକାରେ ଆମାଜନ ୱେବସାଇଟରେ ସର୍ବୋତ୍ତମ ବିକ୍ରି ହେଉଥିବା ଗୀତା ।
ଅନନ୍ୟ ଉପଲବ୍ଧି…
ସ୍ୱାମୀଜୀ ଆତ୍ମା ସାକ୍ଷାତକାର, ଭାଗବତ ଉପଲବ୍ଧି ବା ଜୀବନ୍ମୁକ୍ତି ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ । ସେ କହନ୍ତି ଜୀବ ମାତ୍ରେ ହିଁ ବ୍ରହ୍ମ । ”ଜୀବ ବ୍ରହ୍ମେଐତି କେବଳମ” । ନିରାକାର ବ୍ରହ୍ମ ପ୍ରକୃତର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ବୈଭବକୁ ଅନୁଭବ କରିବା ପାଇଁ ସାକାର ଜୀବ ରୂପରେ ପ୍ରକୃତ କୋଳକୁ ଓହ୍ଲାଇ ଆସିଛନ୍ତି । ତେଣୁ ସାକାର ଜୀବ ଯଦି ନିଜର ନିରାକାର ଚେତନାକୁ ଫେରି ପାଇବାକୁ ଚାହାନ୍ତି ତେବେ ଗୋଟିଏ ଜନ୍ମରେ ଜୀବନର ଅଳ୍ପ କେତୋଟି ବର୍ଷରେ ନିଶ୍ଚିତ ଭାବରେ ବ୍ରହ୍ମସାକ୍ଷାତକାର ଲାଭ କରି ବ୍ରହ୍ମାନୁଭୂତି ଅନୁଭବ କରି ବ୍ରହ୍ମ ଭାବରେ ପ୍ରତିଷ୍ଠିତ ହୋଇ ପାରିବେ ।
ସ୍ୱାମୀଜୀ କହନ୍ତି ”ଯିବା ଯଦି ବ୍ରହ୍ମ ଓ ବ୍ରହ୍ମ ଯଦି ଜୀବ ଓ ବ୍ରହ୍ମ ଯଦି ସ୍ୱଇଚ୍ଛାରେ ଜୀବ ହୋଇ ପାରୁଛନ୍ତି ତେବେ ଯିବା ସ୍ୱଇଚ୍ଛାରେ ବ୍ରହ୍ମ ଭାବକୁ କାହିଁକି ଲାଭ କରି ପାରିବ ନାହିଁ । ବ୍ରହ୍ମ ସତ୍ୟ ଜୀବ ସତ୍ୟ ଓ ଜଗତ ବି ସତ୍ୟ । ଏହି ତିନୋଟି ସତ୍ୟ ଭିନ୍ନ ମନେ ହେଲେ ହେଁ ଏ ତିନୋଟି ହେଉଛନ୍ତି ବାସ୍ତବରେ ଗୋଟିଏ ତତ୍ତ୍ୱ । ସେହି ତତ୍ତ୍ୱଟି ହେଉଛି ପରମ ସତ୍ୟ ବା’ ସତ୍ୟଚେତନା । ମହାସତ୍ୟଟି ହେଉଛି ବ୍ରହ୍ମ, ଆପେକ୍ଷୀକ ସତ୍ୟଟି ହେଉଛି ଜୀବ ଓ ଏହି ଦୁଇଟିକୁ ଯେଉଁ ସତ୍ୟଟି ଯୋଗ କରୁଛି ତାହା ହେଉଛି ଜଗତ । ତେଣୁ ବ୍ରହ୍ମ, ଜଗତ ଓ ଜୀବ ଏହି ତିନୋଟି ତତ୍ତ୍ୱକୁ ଉପଲବ୍ଧି କରି ପାରିଲେ ଜୀବ ଏହି ଜୀବନକାଳ ଭିତରେ ହିଁ ନିଜକୁ ବ୍ରହ୍ମ ଭାବରେ ପ୍ରତିଷ୍ଠିତ କରାଇ ପାରିବ ।”
ପ୍ରତ୍ୟେକ ମନୁଷ୍ୟ ଭଗବାନଙ୍କ ସ୍ୱରୂପ….
ସ୍ୱାମୀଜୀ କହନ୍ତି, ଭାଗବତ ଉପଲବ୍ଧି ହେଉଛି ପ୍ରତ୍ୟେକ ମନୁଷ୍ୟର ଜନ୍ମଗତ ଅଧିକାର । ଏହି ଅଧିକାରକୁ କେହି କାହାଠାରୁ ଛଡାଇ ନେଇ ପାରିବେ ନାହିଁ । ଜୀବ ନିଜ ସ୍ୱରୂପରେ ପ୍ରତିଷ୍ଠିତ ହେବା ହିଁ ହେଉଛି ବ୍ରାହ୍ମୀସ୍ମିତ । ବ୍ରାହ୍ମୀସ୍ମିତ ଅବସ୍ଥା ହାସଲ କରିବା ପାଇଁ ଜୀବକୁ କେବଳ ଗୋଟିଏ କଥା କରିବାକୁ ପଡିବ । ତାହା ହେଉଛି ବ୍ରହ୍ମ ଭାବ ବା ସତ୍ୟ ଚେତନାରେ ପ୍ରତିଷ୍ଠିତ ହେବା ପାଇଁ ନିରବିଚ୍ଛିନ୍ନ ଆସ୍ପୃହା । ଜୀବତ୍ମା ଯଦି ନିରବିଚ୍ଛିନ୍ନ ଭାବେ ଆସ୍ପୃହା କରି ଚଳନ୍ତି ତେବେ ନିଶ୍ଚୟ ଏ ଜୀବନରେ ପରମାୟୁ ଶେଷ ହେବା ପୂର୍ବରୁ ସେ ବ୍ରହ୍ମ ଭାବରେ ପ୍ରତିଷ୍ଠିତ ହୋଇଯିବ । ଏହି ଭାବଟି ହୃଦୟରେ ଧରି ରଖିଲେ ପ୍ରକୃତ ମାଣ ସବୁକିଛି ଉପାଦାନ ଯୋଗାଇ ଦେବେ । ସ୍ୱାମୀଜୀ କହନ୍ତି ”ଜୀବନକୁ ଯଦି ମଧୁମୟ କରିବାକୁ ହୁଏ, ଆନନ୍ଦମୟ କରିବାକୁ ହୁଏ, ତେବେ ତୁମେ ପ୍ରଥମେ ଯୋଗୀ ହୁଅ, ତାପରେ ଦେଖିବ ସମୟ ଭୋଗ ତୁମ ପାଖକୁ ଅନାୟାସରେ ଆସୁଛି । ଏ ସୃଷ୍ଟି ହେଉଛି ତୁମର ଅଭିବ୍ୟକ୍ତି ।” ଯୋଗ ଯୋଗୀ ଓ ଯୋଗ୍ୟ ସିଦ୍ଧି ଉପରେ ସ୍ୱାମିଜୀଙ୍କର ନୂତନ ଦିଗଦର୍ଶନ ଦେଶ ବିଦେଶରେ ଅନେକଙ୍କ ହୃଦୟରେ ଶିହରଣ ସୃଷ୍ଟି କରିଛି, ନିରାଶ୍ରପ୍ରାଣରେ ଆଶାର ସଂପ୍ତର କରିଛି । ତେଣୁ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ, ବୈଜ୍ଞାନିକ, ଅଧ୍ୟାପକ, ଡାକ୍ତର, ଇଂଜିନିୟର, ଶିଳ୍ପପତି, ବ୍ୟାଙ୍କର ସମସ୍ତେ ସ୍ୱାମୀଜୀଙ୍କ ଆଡକୁ ଆକର୍ଷିତ ହୋଇ ଆସୁଛନ୍ତି । ସ୍ୱାମୀଜୀ କହନ୍ତି ”ତୁମକୁ ମୋର କିଛି ହେବାର ନାହିଁ କାରଣ ତୁମେ ସବୁଥିରେ ପରିପୂର୍ଣ୍ଣ । ମୁଁ କେବଳ ତୁମକୁ ତୁମର ସ୍ୱରୂପ ଚିହ୍ନାଇ ଦେବାକୁ ଆସିଛି । ତୁମେ ଓ ମୁଁ ଆମେ ତତ୍ତ୍ୱତର ଅଭିନ୍ନ । ମୁଁ ଯଦି ଇଶ୍ଵରଙ୍କର ଅଭିବ୍ୟକ୍ତିର ମାଧ୍ୟମ ତୁମେ ସୈତାନର ମାଧ୍ୟମ ହେବ କିପରି ।”
ଜୀବ ବ୍ରହ୍ମେଐତ କେବଳମ, ତତ୍ତ୍ୱମସି, ଅହଂ ବ୍ରହ୍ମୋସ୍ମି ଏହି ସବୁ ମହାବାକ୍ୟକୁ ଜୀବନରେ ଉପଲବ୍ଧି କରିଥିବା ମହାନ ସନ୍ଥ, ଦିଗଦର୍ଶକ ସଦଗୁରୁ ସ୍ୱାମୀ ଶ୍ରୀ ଅତ୍ମାନନ୍ଦନୀ ମହାରାଜାଙ୍କର ସାନ୍ନିଧ୍ୟ ଯିଏ ଲାଭ ନିରସ୍ଥାଇଛି ସିଏ ଜାଣିବୁ ଯୋଗ ଓ ଜୀବନ ହେଉଛନ୍ତି ପରସ୍ପରର ପରିପୂରକ । ସ୍ୱାମୀଜୀଙ୍କ ପ୍ରତ୍ୟେକ ମନୁଷ୍ୟ ପାଇଁ ଗୋଟିଏ ବାର୍ତ୍ତା ରହିଛି । ତାହା ହେଉଛି ”ହେ ମନୁଷ୍ୟ ! ତୁମେ ଏ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ । ତୁମ ଭିତରେ ଥିବା ସେହି ଐଶୀସଭା, ସେହି ଦିବ୍ୟ ଆଲୋକ, ସେହି ଜ୍ଞାନ, ସେହି ଦିବ୍ୟ ପ୍ରେମର ପ୍ରକାଶ ହେଉ । ତେବେ ଯାଇ ତୁମେ ଅନୁଭବ କରି ପାରିବ ଏ ସୃଷ୍ଟି କେତେ ସଧୂର୍ଯ୍ୟମୟ, ଐଶ୍ଚର୍ଯ୍ୟମୟ, ବିଚିତ୍ରମୟ ।
ସ୍ୱାମିଜୀଙ୍କର କର୍ମ….
ପୃଥିବୀ ଚେତନାରେ ବର୍ତ୍ତମାନ ଘଟୁଥିବା ସମସ୍ତ ଅସ୍ଥିରତା, ବିଶୃଙ୍ଖଳା, ହିଂସା ଭୟ, ଉଦବେଗ, ଅଭାବ, ରୋଗ, ମହାମାରୀ, ଶୋକ, ଦାରିଦ୍ର୍ୟ ଓ ପ୍ରକୃତ ଜଗତରେ ଘଟୁଥିବା ଦୁର୍ଭିକ୍ଷ, ବନ୍ୟା, ଭୂମିକମ୍ପ, ସୁନାମି, ପ୍ରଦୂଷଣ ଓ ଉତତ୍ପତ୍ତିକରଣ ଆଦି ସକାଳ ସମସ୍ୟା ପାଇଁ କୌଣସି ମନୁଷ୍ୟ ଦାୟୀ ନୁହେଁ । ଏ ସବୁ ସମସ୍ୟାର କାରଣ ମନୁଷ୍ୟର ବିଷୟା ଶକ୍ତି ନୁହେଁ, ଏ ସବୁର କାରଣ ରହୁଛି ବିଶ୍ୱ ପ୍ରକୃତିକୁ ଧରି ରଖିଥିବା ପଞ୍ଚମହାଭୂତରେ । ପଞ୍ଚମହାଭୂତରେ ସନ୍ତୁଳନ ରହିଲେ ପୃଥିବୀ ଦକ୍ଷରେ କୌଣସି ସମସ୍ୟା ରହିବ ନାହିଁ । କିନ୍ତୁ ପଞ୍ଚମହାଭୁତରେ ସଂହତି ଯଦି ନଷ୍ଟ ହୋଇଯାଏ ତେବେ ବ୍ୟକ୍ତି ଚେତନା, ଗୋଷ୍ଠୀ ଚେତନା, ସମାଜ ଚେତନା ଓ ବିଶ୍ୱ ଚେତନାରେ ବିଭ୍ରାଟ, ଅସଂହତ ଦେଶ ଯିବା ଅବଶ୍ୟମ୍ଭାବୀ । ଯୁଗେ ଯୁଗେ ଏହାହିଁ ହୋଇ ଆସିଛି । ସତ୍ୟ, ତ୍ରେତା, ଦ୍ୱାପର ଯୁଗରେ ଏହି ସଂହତି ରକ୍ଷା କରିବା ପାଇଁ ମୁନି, ଚାଷମାନେ, ରାଜର୍ଶୀ ମାନେ, ଚକ୍ରବର୍ତ୍ତୀ ସମ୍ରାଟ ମାନେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପଞ୍ଚମହାଭୂତରେ ଧରି ରଖିଥିବା ମହାଶକ୍ତିକୁ ପୃଥିବୀ ପୃଷ୍ଠକୁ ଅବିତରଣ କରାଇବା ପାଇଁ ଯଜ୍ଞ ସମ୍ପାଦନ କରିଥିଲେ । ତେଣୁ ପୃଥିବୀରେ ନ ଥିଲା ଦାରିଦ୍ର୍ୟ ନ ଥିଲା ଅକାଳ ମୃତ୍ୟୁ । ପୃଥିବୀ ମାତା ଶସ୍ୟଶ୍ୟାମଳା, ସୁବଳ ଓ ସୁଫଳା ଓ ସ୍ୱୟଂପୂର୍ଣ୍ଣା ଥିଲା । ମନୁଷ୍ୟ, ମନୁଷ୍ୟ ଭିତରେ ସ୍ନେହ ଶ୍ରଦ୍ଧା, ବିଶ୍ୱାସ, ଦୟା, କ୍ଷମା, କରୁଣା ଆଦି ଦେବୀ ଗୁଣ ସଂଚରିତ ହେଉଥିଲା । ଏହାହିଁ ପୁରାଣ ବର୍ଣ୍ଣିତ ସତ୍ୟ ଯୁଗର ଚିତ୍ର । ଏସବୁ ମୂଳରେ ରହିଥିଲା ଯଜ୍ଞ । କିନ୍ତୁ କଳିଯୁଗର ୫୦୦୦ ବର୍ଷ ବର୍ଷ ଭିତରେ କୌଣସି ଜାଗାରେ ବେଦବିହିତ ଯଜ୍ଞ ହେଉ ନାହିଁ । ପଞ୍ଚ ମହାଭୂତରେ ସନ୍ତୁଳନ ନଷ୍ଟ ହୋଇଯାଉଛି । ତେଣୁ ପୃଥିବୀ ସମସ୍ୟା ବହୁଳ ହୋଇ ଯାଇଛି । ଏ ସବୁର ନିରାକରଣ ପାଇଁ ସ୍ୱାମୀଜୀ ବେଦର ଉଦ୍ଧାର ଓ ଯଜ୍ଞର ସଂସ୍କାର କର୍ମକୁ ତାଙ୍କର ସର୍ବୋତ୍ତମ କର୍ମ ବୋଲି ବାଛି ନେଉଛନ୍ତି । ଏହି ତତ୍ତ୍ୱକୁ ସର୍ବସାଧାରଣ ବୁଝିବା ପାଇଁ ସ୍ୱାମୀଜୀ ୨୦୧୭ ମସିହାରେ କଳିଯୁଗରେ ପ୍ରଥମ ରାଜସ୍ୱୟ ଚତୁର୍ବେଦ ଯଜ୍ଞ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସଂପନ୍ନ କରାଇଥିଲେ । ସ୍ୱାମୀଜୀ କହନ୍ତି, କଳିର ପ୍ରତିରୋଧ କରିବା ପାଇଁ ଯଜ୍ଞ ହିଁ ଏକମାତ୍ର ଅବଲମ୍ବନ । ଯଜ୍ଞ ଦ୍ୱାରା ଜନଚେତନାରେ ସତ୍ତ୍ୱଗୁଣର ପ୍ରାବଲ୍ୟ ଘଟାଇ ପଞ୍ଚ ମହାଭୁତରେ ଥିବା ଅସନ୍ତୁଳକୁ ଦୂର କରି ପୃଥିବୀରେ ଦେଖା ଦେଇଥିବା ସମସ୍ତ ସମସ୍ୟାର ସମାଧାନ କରିବାର ସଂକଳ୍ପ ନେଇ ସ୍ୱାମୀ ଶ୍ରୀ ଅତ୍ମାନନ୍ଦଜୀ ମହାରାଜ ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶରେ, ଭାରତର ବିଭିନ୍ନ ପ୍ରଦେଶରେ ବୁଲି ବୁଲି ବେଦ ଯଜ୍ଞ କରିବା ପାଇଁ ସଂଗଠିତ କରାଉଛନ୍ତି । ଶହ ଶହ ବ୍ରାହ୍ମଣଙ୍କୁ ତିରୁବନମଲାଇସ୍ଥିତ ନିଜ ଆଶ୍ରମକୁ ନେଇ ବେଦମନ୍ତ୍ରର ସମ୍ବର ଓ ସ୍ୱଚ୍ଛନ୍ଦ ପ୍ରଶିକ୍ଷଣ ଶିବିର ଖୋଲିଛନ୍ତି । ବେଦ ଯଜ୍ଞ କିପରି କରାଯିବ ତାର ମାର୍ଗ ଦର୍ଶନ ଦେଉଛନ୍ତି ଓ ଜିବା ଜାଗାରେ ଯଜ୍ଞ ବିରାଉଛନ୍ତି ।
ଉପସ୍ଥାପନା —- ବରଦା ପ୍ରସନ୍ନ ଦାସ,
ଯୁଗ୍ମ ନିର୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା
ଦୂରଭାଷ –୯୮୬୧୧୪୫୬୮୭