ଦେବାଙ୍ଗା ବିଦ୍ୟା କମିଟି ପକ୍ଷରୁ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ

ବ୍ରହ୍ମପୁର (ସମୃଦ୍ଧଓଡିଶା) ବ୍ରହ୍ମପୁରର ଶ୍ରୀ ଚୌଡେଶ୍ୱରୀ ଦେବାଙ୍ଗା ସଂଘର ବିଦ୍ୟା କମିଟିର ୨୮ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଶ୍ରୀ ସିଦ୍ଧେଶ୍ୱର ସ୍ୱାମୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସଭାରେ ବିଦ୍ୟାକମିଟିର ଅଧ୍ୟକ୍ଷ ଏ.ନାନ୍ଦରାଜୁ ଅଧ୍ୟକ୍ଷତା କରିଥିଲେ। ସେ ସମ୍ୟକ ସୂଚନା ଦେଇ କହିଥିଲେ ଯେ ଗତ ବର୍ଷ ୨୩ ଜଣଙ୍କୁ ବହି ଦିଅ ଯାଇଥିଲା ଓ ୪୩ ଜଣ କଲେଜ ଛାତ୍ର ଛାତ୍ରୀଙ୍କୁ ଆଡ୍ ମିଶନ ଫୀସ ଦିଅ ଯାଇଥିଲା। ବ୍ରହ୍ମପୁରର ବିଶିଷ୍ଠ ଶିକ୍ଷାବିତ୍ , ସବୁଜ ମାନବ ଶ୍ରୀ ସୁଧୀର କୁମାର ରାଉତ ମୁଖ୍ୟ ଅତିଥି ଓ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇଥିଲେ। ସଂଘର ସଭାପତି ଜିନାଗା ଦେବଦାସ ,ସମ୍ପାଦକ କେ. ଜଗନ୍ନାଥଂ, ବିଦ୍ୟାକମିଟିର ଅନ୍ୟତମ ଅଧ୍ୟକ୍ଷ କେ.ଚେନ୍ଦ୍ରୟା, ଜି.ହରିହର ରାଓ , ଶ୍ରୀ ସିଦ୍ଧେଶ୍ୱର ସ୍ୱାମୀ କଲ୍ୟାଣ ମଣ୍ଡପର ଅଧ୍ୟକ୍ଷ ଟି.ଗୋପୀ., ସମ୍ପାଦକ ବି.ରାଜେଶ୍ୱର ରାଓ, ଜେ. କାନ୍ତା ରାଓ , ଟି. କିଶୋର ରାଓ, କେ.ନନ୍ଦେଷୁ ସେନାପତି ଭୁବନେଶ୍ୱରର ଯଯାତି କାମେଶ୍ୱର ରାଓ ବକ୍ତବ୍ୟ ରଖିଥିଲେ। ବିଦ୍ୟାକମିଟିର ପ୍ରତିଷ୍ଠାତା ସଭ୍ୟ ବାନିସିଟ୍ଟି ବିଘ୍ନେସମଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଶ୍ରୀ ସୁଧୀର ରାଉତ ବହୁତ ଖୁସି ବ୍ୟକ୍ତ କଲେ ଯେ ଏହି କମିଟି ବିଦ୍ୟାକୁ ପ୍ରାଧାନ୍ୟ ଦେଇଛି। ବିଦ୍ୟା ଲୋକଙ୍କୁ ବିନୟ କରେ , ସେ ନମ୍ର ହୁଏ ଓ ନମ୍ରତା ସମର୍ଥ ହେବା ଶିଖାଏ ଓ ଏହା ଧନବାନ ହେବାକୁ ଶିଖେଇ ଥାଏ। ଜ୍ଞାନ ଠାରୁ ପବିତ୍ର କିଛି ନାହିଁ। ଜ୍ଞାନର ଅଭି ବୃଦ୍ଧିପାଇଁ ପ୍ରଚେଷ୍ଟା ଅଭିନନ୍ଦନୀୟ। ସମ୍ମାନନୀୟ ଅତିଥି ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ପରିବର୍ତ୍ତନ ପାଇଁ ବିଦ୍ୟାହିଁ ଏକମାତ୍ର ପନ୍ଥା। ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି 31 ଜଣ ଅଷ୍ଟମ , ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ଓ ଛାତ୍ର ମାନଙ୍କୁ ଖାତା ଓ ବହି ବଣ୍ଟନ କରିଥିଲେ । ଜେ. ଗୋପଲମ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଶ୍ରୀ ଏ.ନାନ୍ଦା ରାଜୁ, ଅଧ୍ୟକ୍ଷ,ବିଦ୍ୟାକମିଟି ଜଣାଇଛନ୍ତି ।

ରିପୋର୍ଟ : ନିମାଇଁ ପଣ୍ଡା