ଦେଶରେ ଆଜି ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି ?

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଦେଶରେ ଆଜି ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି ଏବଂ  ଦିଲ୍ଲୀରେ ବିଧାନସଭା ନିର୍ବାଚନ ବର୍ତ୍ତମାନ    ହେଲେ ବିଜେପି ମୂଳପୋଛ ହୋଇଯିବ ବୋଲି ଦାବୀ କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀର ସମସ୍ତ ୭୦ଟି ଯାକ ଆସନ ଦଖଲ କରିବ ଆପ୍‌। ବିଜେପି ଆଦୌ ଖାତା ଖୋଲି ପାରିବନି।’ ଏଭଳି କିଛି ବଡ଼ ଦାବି କରିଛନ୍ତି ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ନିକଟରେ ରାଜେନ୍ଦ୍ର ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ବେଳେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଉପରେ ବର୍ଷିଛନ୍ତି। କେନ୍ଦ୍ରର ଶାସକ ଦଳ ତାଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ମାମଲାରେ ଜେଲରେ ଫସାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆପର ଏହି ବରିଷ୍ଠ ନେତା କହିଛନ୍ତି, ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ ଆମ୍ ଆଦମୀ ପାର୍ଟି ସମସ୍ତ ୭୦ଟି ବିଧାନସଭା ଆସନରେ ବିଜୟୀ ହେବ। ମୋଟ ଭୋଟର ୭୦ ପ୍ରତିଶତ ଦଳ ଖାତାକୁ ଆସିବ। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୋ ପ୍ରତି ଲୋକଙ୍କ ସ୍ନେହ ଓ ଭଲପାଇବା ଦେଖି ବିଜେପି ବ୍ୟଥିତ ହୋଇଯାଇଛି। ମୁଁ ହସି ହସି ଜେଲରୁ ବାହାରକୁ ଆସିଲି କାରଣ ମୁଁ କିଛି ଭୁଲ କରିନାହିଁ।’ ବିଜେପି ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ ସମେତ ଅନେକ ସରକାରକୁ ଭାଙ୍ଗିଦେଇଛି। ନିଜ ନେତାଙ୍କ ବିରୋଧରେ ସିବିଆଇ ଓ ଇଡି ପଠାଇ ଦଳ ଭାଙ୍ଗିଛନ୍ତି। କିନ୍ତୁ ସେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗି ପାରିନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ବହୁତ ଭଲ ପାଆନ୍ତି, ସେ ଖୁବ୍ ଶୀଘ୍ର ଜେଲରୁ ମୁକୁଳିବେ। ଗତ ବିଧାନସଭା ନିର୍ବାଚନରେ ଆପ୍‌ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଥିଲା। ହେଲେ ଲୋକସଭା ନିର୍ବାଚନରେ ଆପ୍ ବିଫଳ ହୋଇଛି କାରଣ ଆମକୁ ଯେ କୌଣସି ପ୍ରକାରେ ମୂଳପୋଛ କରିବାପାଇଁ ବିଜେପି ଷଢ଼ଯନ୍ତ୍ର କରି ଆସୁଛି । କିନ୍ତୁ ଦିଲ୍ଲୀବାସୀ ଆମକୁ ଭଲ ପାଉଛନ୍ତି ବିଜେପି ହିଁ ମୂଳପୋଛ ହୋଇଯିବ ବୋଲି ସେ କହିଛନ୍ତି । ନିକଟରେ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଥିଲା। ଗତ ୧୭ ମାସ ହେବ ସେ ଜେଲରେ ଥିଲେ। ଏବେ ଜେଲରୁ ମୁକୁଳିବା ପରେ ଆମ୍ ଆଦମୀ ପାର୍ଟିର ମଙ୍ଗ ଧରିଛନ୍ତି । ତାଙ୍କ ନେତା ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି ।

ରିପୋର୍ଟ : ସୁଧାଂଶୁ ଶେଖର