ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ଆର୍ଥିକ ପରିସଂଖ୍ୟାନ ଓ କାର୍ଯ୍ୟ ସମ୍ପାଦନ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଜନସେବା କେନ୍ଦ୍ରର ଇ-ଗଭର୍ଣ୍ଣାନସ ସର୍ଭିସ ଇଣ୍ଡିଆ ଲିମିଟେଡ଼ ସହଯୋଗିତାରେ ଜିଲ୍ଲା ସ୍ତରୀୟ ଆର୍ଥିକ ଜନଗଣନା-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଦ୍ଧା ଦେବ ସିଂହ ଅଧ୍ୟକ୍ଷତା କରି ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ୭ମ ଆର୍ଥିକ ଜନଗଣନା କାର୍ଯ୍ୟକ୍ରମର ଏହା ଶୁଭାରମ୍ଭ ମାତ୍ର । ଏଥିରେ ଜନସେବା କେନ୍ଦ୍ରର ଇ-ଗଭର୍ଣ୍ଣାନସ ଇଣ୍ଡିଆ ଲିମିଟେଡ଼ ପାର୍ଟନର ଅଛନ୍ତି । ଯାହାକି ଭାରତ ସରକାରଙ୍କ ନିଯୁକ୍ତି ସଂସ୍ଥା ପରିଚାଳନା କରୁଛି । ଦେଶର ସମସ୍ତ ଜିଲ୍ଲାରେ ଏମାନେ ହିଁ ତାଙ୍କର ସୁପରଭାଇଜର ଓ ଏନୁମେରେଟର ମାନଙ୍କ ଦ୍ୱାରା ଘରଘର ବୁଲି ଆର୍ଥିକ ଜନଗଣନା କରିବେ । ଆର୍ଥିକ ଜନଗଣନା କାର୍ଯ୍ୟ କିଭଳି କରାଯିବ ସେ ସମ୍ପର୍କରେ ସୁପରଭାଇଜର ଓ ଏନୁମେରେଟରମାନଙ୍କୁ ତାଲିମ ଦେବା ପାଇଁ ଏକ ନୁଆ ମୋବାଇଲ ଆପ ଆସିଛି । ତାହା ଦେଖାଇ ସେମାନଙ୍କୁ ତାଲିମ ଦିଆ ହେଉଛି । ଏହି ଆର୍ଥିକ ଜନଗଣନା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ, ଉଦ୍ୟୋଗ କି ବ୍ୟବସାୟ କୀ କୃଷି ପ୍ରଭୃତି ଅଲଗା ଅଲଗା କ୍ଷେତ୍ରରେ କିଏ କେତେ ଉପାର୍ଜନ କରୁଛନ୍ତି ଏବଂ କେଉଁ କ୍ଷେତ୍ରରେ ଅଧିକ ବ୍ୟୟ କରୁଛନ୍ତି ତା ଉପରେ ଟିକିନିଖି ଗଣନା କରାଯିବ ଏବଂ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ଡିସେମ୍ବର ମାସ ଶେଷ ସୁଦ୍ଧା ସାରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଶେଷ ଦିନ ଧାର୍ଯ୍ୟ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିସଂଖ୍ୟାନ ତଥା ଯୋଜନା ଓ ମନିଟରିଙ୍ଗ ୟୁନିଟ ବିଭାଗ ଉପ-ନିର୍ଦ୍ଦେଶକ କୁଳମଣି ରାଉତ ମଞ୍ଚାସିନ ରହି ଏହି ଆର୍ଥିକ ଜନଗଣନା କାର୍ଯ୍ୟକ୍ରମ ସାରା ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାହେବ । ଏହି ଜନଗଣନା ସର୍ଭେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ, ଆମର ବିଭିନ୍ନ ଆର୍ଥିକ କ୍ଷେତ୍ରରେ ଗଣନା ହେଲେ, ପରେ ଏହା ଆମର ବିଭିନ୍ନ ଯୋଜନାରେ ପ୍ରଣୟନ କରାଯିବା ଦିଗରେ ବେଶ ସହାୟକ ହୋଇଥାଏ । ସାରା ଭାରତ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଅର୍ଥନୈତିକ ଅବଦାନର ଯେଉଁ କଂଟ୍ରିବୁସନ ରହିଛି, ଏହା ଦ୍ୱାରା ହିଁ ପ୍ରକୃତ ନିର୍ଦ୍ଧାରଣ କରାଯାଇଥାଏ । ମୁଖ୍ୟତଃ ଆମର ସୁପରଭାଇଜର ଓ ଏନୁମେରେଟର ମାନେ ଆବାସିକ ଓ ବ୍ୟବସାୟିକ ଏବଂ ଅନ୍ୟାନ୍ୟ ଘରଘର ଯାଇ ଆର୍ଥିକ ଜନଗଣନା ଉପରେ ତଥ୍ୟ ସଂଗ୍ରହ କରିବେ, ଏହି ତଥ୍ୟକୁ ଆଧାର କରି ଆମର ବିଭିନ୍ନ ଯୋଜନାରେ ପ୍ରଣୟନ ହୋଇଥାଏ ବୋଲି କହିଥିଲେ । ଏହି ଆର୍ଥିକ ଜନଗଣନା କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାରେ ମୋଟ ୩୬୦ ଜଣ ସୁପରଭାଇଜର ଏବଂ ଏନୁମେରେଟର ନିୟୋଜିତ ହୋଇଛନ୍ତି । ଏହି ଜନଗଣନା ସର୍ଭେ କାର୍ଯ୍ୟକ୍ରମ ୨୦୧୯ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବର ଦିନଧାର୍ଯ୍ୟ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସେବା କେନ୍ଦ୍ରର ସୁପରଭାଇଜର ଓ ଏନୁମେରେଟରମାନେ ଯୋଗଦେଇ ଆର୍ଥିକ ଜନଗଣନା ସର୍ଭେ ସମ୍ପର୍କରେ ଆବଶ୍ୟକ ତାଲିମ ଗ୍ରହଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା