

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ସହର ଉପକଣ୍ଠରେ ରହିଥିବା ନାହାତୋଟା ସାହିର ଏକ ଦେଶୀ ମଦଭାଟି ଉପରରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବ୍ୟବହୃତ ସରଞ୍ଜାମ ଜବତ କରିଛି । ମିଳିଥିବା ସୂଚନା ମୁତାବକ, ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସହରର ନାହାତୋଟା ସାହି ରେ ରହିଥିବା ଦେଶୀ ଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ୬୫୦ ଲିଟର ଦେଶୀ ମହୁଲି ଜବତ କରି ୭୦୦୦ ପୋଚ ନଷ୍ଟ କରିଛି । ଏ ନେଇ ୧୫ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ।
ରିପୋର୍ଟ : ନିଲୁ ବିଷୋୟୀ
