

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ସହରରେ ରହିଥିବା ନାହାତୁଠ ସାହିର ଏକ ଦେଶୀ ମଦଭାଟି ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବ୍ୟବହୃତ ସରଞ୍ଜାମ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସହରର ନାହାତୁଠ ସାହିରେ ରହିଥିବା ଦେଶୀ ଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ୨୮୦ଲିଟର ଦେଶୀ ମହୁଲି ଜବତ କରି ୫୦୦୦ ପୋଚ ନଷ୍ଟ କରିଛି । ଏ ନେଇ ୯ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ।
ରିପୋର୍ଟ : ନିଲୁ ବିଷୋୟୀ