
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦେଶ ସ୍ୱାଧୀନତାର ୭୫ବର୍ଷ ପୂରଣ ହେଉଥିବାରୁ କଂଗ୍ରେସ ପକ୍ଷରୁ ପ୍ରତି ଜିଲାରେ ୭୫ କିଲୋମିଟର ପଦଯାତ୍ରା କରିବାର ନିଷ୍ପତ୍ତି ଏଆଇସିସି ପକ୍ଷରୁ ନିଆଯାଇଥିବା ଜଣାପଡ଼ିଛି । ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ । ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ବରିଷ୍ଠ ନେତା, ଏମ୍ପି ପ୍ରାର୍ଥୀ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ବରିଷ୍ଠ ନେତା ଅଂଶ ଗ୍ରହଣ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।