

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଦୈନିକ ଖବରକାଗଜ ‘ସମାଜ’କୁ ୧୦୦ ବର୍ଷ ପୁରିଯାଇଛି । ଏହି ଅବସରରେ ସାରା ରାଜ୍ୟରେ ପଦଯାତ୍ରା ଆୟୋଜନ କରାଯାଇଛି । ବ୍ରହ୍ମପୁର ଗିରିରୋଡ଼ ଠାରେ ସମାଜର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପଦଯାତ୍ରାକୁ ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ପତାକା ଦେଖାଇ ଉଦଘାଟନ କରିଥିଲେ । ଏଥିରେ ବହୁ କର୍ମୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


