ଦୋସ୍ତୀ କ୍ଲବର ଅଭିନବ ଉପାୟରେ ଦୀପାବଳୀ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପିଙ୍ଗୁଆ ଗ୍ରାମର ମଝି ସାହି ଦୋସ୍ତୀ କ୍ଲବର ସଦସ୍ୟମାନେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଅଭିନବ ପ୍ରୟାସ କରି ପ୍ରସଂଶିତ ହୋଇଛନ୍ତି . ଗତକାଲି ଦୀପାବଳୀରେ ଦିନରେ ଭୋଜି କରି ଆନନ୍ଦ ଉଲ୍ଲାସରେ ଖାଇବା ପରେ ରାତିରେ ବାଣ ନ ଫୁଟାଇ ମାଇକି ବଜାଇ ଦୀପାବଳୀ ପାଳନ କରିଥିଲେ . କ୍ଲବର ମୁଖ୍ୟ ତଥା ସଭାପତି ସରୋଜ କୁମାର ମହାଳିକଙ୍କ ନେତୃତ୍ଵରେ ଏ ସବୁ ପ୍ରୟାସ ହୋଇଥିବାବେଳେ ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିବା ସେ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଛନ୍ତି . ଦଣ୍ଡ, ପପିନ, ପିଙ୍କୁ, ସିପୁଆ, ଟୁକୁନାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ .

ରିପୋର୍ଟ : ଶୁଭମ ପାଣି