ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡରେ ଅନ୍ତର୍ଗତ ହିଞ୍ଜିଳି, ଖଲ୍ଲିକୋଟ, ପୋଲସରା ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ତଥା ୧୮ ତାରିଖରେ ଅନୁଷ୍ଠିତ ହେବାକୁଥିବା ନିର୍ବାଚନରେ ଇଭିଏମ ବିତରଣ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କ ତାଲିମ ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରି ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ପୁର୍ବାହ୍ନରେ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ପଡିଆରେ ଇଭିଏମ ବିତରଣ କାର୍ଯ୍ୟ ଆରମ୍ଭ ହେବ । ଏହି ୪ଟି ନିର୍ବାଚନ ମଣ୍ଡଳୀର ୯୭୧ଟି ବୁଥକୁ ପୋଲିଂ ଦଳ ପ୍ରେରଣ ହେବେ । ପ୍ରତ୍ୟେକ ଦଳରେ ଜଣେ ପ୍ରିଜାଇଡିଂ ଅଫିସର, ୫ଜଣ ପୋଲିଂ ଅଫିସର ଓ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ରହିବେ । ପ୍ରିଜାଇଡିଂ ଅଫିସରମାନେ ଇଭିଏମ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ନେବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି .। ଭୋଟର ତାଲିକା ନିର୍ଦ୍ଦିଷ୍ଟ ଭାବରେ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପିଙ୍କ ବୁଥ ଗୁଡିକରେ ମହିଳା ପ୍ରିଜାଇଡିଂ ଓ ପୋଲିଂ ଅଫିସର ରହିବେ । ଯେଉଁଠାରେ ଇଭିଏମ ବ୍ୟାଟେରୀରେ ସାମାନ୍ୟ ତ୍ରୁଟି ଦୃଷ୍ଟିଗୋଚର ହେବ ତାହାକୁ ଅବିଳମ୍ବେ ବଦଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି କର୍ମଚାରୀ ଅନୁପସ୍ଥିତ ରହିଲେ ସେମାନଙ୍କ ବିରୋଧାର ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ବିଏମସି ଡେପୁଟି କମିଶନର ସୌରୀନ୍ଦ୍ର କୁମାର ରାଉତରାୟଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା