

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେଉଥିବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ବ୍ରହ୍ମପୁର ବିଜେଡି ବିଧାନସଭା ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ୪ ଟି ୱାର୍ଡ଼ରେ ନିଜର ପ୍ରଚାର କରିଥିବା ବେଳେ ଗତକାଲି ଆଉ ୪ ଟି ୱାର୍ଡ଼ରେ ପ୍ରଚାର କରାଯାଇଛି । ବିକ୍ରମ ପଣ୍ଡାଙ୍କ ପାଇଁ ପ୍ରଚାର କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରଚାର କାର୍ଯ୍ୟର ନେତୃତ୍ୱ ନେଇଥିବା ଦେଖିବାକୁ ମିଳିଛି । ସକାଳେ ବିକ୍ରମ ବିଧାୟକ ଡ଼ା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ୩୪ ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର ବି.ଶ୍ରୀନିବାସ ରାଓ ପ୍ରମୁଖଙ୍କୁ ନେଇ ୩୩ ନଂ ୱାର୍ଡ଼ କମାପଲ୍ଲୀ ରାମନଗରରୁ ଦ୍ୱିତୀୟ ଦିନର ପ୍ରଚାର ଆରମ୍ଭ କରିଥିଲେ । ୩୩ ନଂ ୱାର୍ଡ଼ର ଭୋଟର ମାନଙ୍କ ନିକଟକୁ ଯାଇ ଶଙ୍ଖ ଚିହ୍ନରେ ଭୋଟ ଦେଇ ବ୍ରହ୍ମପୁରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ସେହିଭଳି ୩୪ ନଂ ୱାର୍ଡ଼ ଅଯୋଧ୍ୟା ନଗରରୁ ପ୍ରଚାର ଆରମ୍ଭ କରି ୱାର୍ଡ଼ର ସମସ୍ତ ଅଂଚଳରେ ପ୍ରଚାର କରିଥିଲେ । ଏହି ପ୍ରଚାର କାର୍ଯ୍ୟରେ ଦ୍ୱିତିକୃଷ୍ଣ ମଲ୍ଲ, ତାପସ ସାହୁ, ୩୩ ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର ଏମ.ମିନାକ୍ଷୀ,୩୨ ନଂ ୱାର୍ଡ଼ ପୂର୍ବତନ କର୍ପୋରେଟର ମମତା ପାତ୍ର, ୩୧ ନଂ ୱାର୍ଡ଼ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ଶଙ୍କର ଦାଶ, ସଦା ମହାନ୍ତି, କାହ୍ନୁ ପାଣିଗ୍ରାହୀ, ବାପି ଚୌଧୁରୀ, ଲଲାଟେନ୍ଦୁ ପାଣିଗ୍ରାହୀ, କୈଳାସ ପଣ୍ଡା, ରୀତା ଜେନା, ଜିତୁ ସାହୁ, ମୁନା ସେଠୀ, ମଳୟ କୁମାର ଦାସ, ମଳୟ ବିଷୋୟୀ, ପୂର୍ବତନ କର୍ପୋରେଟର ରଶ୍ମିତା ପାତ୍ର, ନମିତା ବିଷୋୟୀ, ପ୍ରିୟଙ୍କା ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।




ଏହାସହ ଗତକାଲି ସନ୍ଧ୍ୟାରେ ମଧ୍ୟ ପ୍ରଚାର କାର୍ଯ୍ୟକ୍ରମ କରାଯାଇଥିଲା ସେଥିରେ ୩୧ ନଂ ୱାଡ଼ରେ ମିଟୁ ସାବତଙ୍କ ନେତୃତ୍ୱରେ ଘରକୁ ଘର ଯାଇ ଭୋଟ ମାଗିଥିଲେ । ଏହି କାର୍ଯ୍ୟକ୍ରମରେ ବିକ୍ରମ ପଣ୍ଡା, ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କର୍ପୋରେଟର ସୁରେନ୍ଦ୍ର ମହାରଣା, ଶ୍ରୀକାନ୍ତ ସାବତ, ସନ୍ତୋଷ ପାତ୍ର, ନରେଶ ପାତ୍ର, କୁମାର ସୁରଜ ମହାରଣା, ପ୍ରଭାକର ପାଢ଼ୀ, ନାରାୟଣ ଗୌଡ଼, ଅମିତ ମହାରଣା, ମୁନା ସାହୁ, ଗୋକୁଳ ରାଉତ, ଶିବ ଶିବା ପଣ୍ଡା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






