

ବରଗଡ(ସମୃଦ୍ଧଓଡିଶା)ଆସନ୍ତା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା -୨୦୨୫ ରେ ଅଭିନୟ ପାଇଁ ତିନି ଜଣ ଶିଶୁ କଳାକାରଙ୍କ ନାମ ଘୋଷଣା କରାଯାଇଛି। ଅମ୍ବାପାଲି, ଗୋପପୁର କମିଟି ଦ୍ବାରା ଅନୁଷ୍ଠିତ ଏହି ଚୟନ ପରେ ଶ୍ରୀକୃଷ୍ଣ ଭୂମିକାରେ ସ୍ୱପ୍ନିଳ ମହାପାତ୍ର, ରାଧା ଭୂମିକାରେ ସାଇନା ପ୍ରଧାନ ଓ ବଳରାମ ଭୂମିକାରେ ଦିବ୍ୟାଂଶୁ ବିର୍ତ୍ତିଆ ଅଭିନୟ କରିବେ ବୋଲି ଜଣା ପଡିଛି । ଏଥର ଧନୁଯାତ୍ରାରେ କୃଷ୍ଣ, ବଳରାମ ଓ ରାଧା ଚୟନ ପାଇଁ ଛୋଟଛୋଟ ଶିଶୁ କଳାକାରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇଥିଲା । ଆଉ ଶେଷରେ ଉତ୍ତମ ଅଭିନୟ ପାଇଁ ଦିବ୍ୟାଂଶୁ ବଳରାମ, ସ୍ୱପ୍ନିଳ କୃଷ୍ଣ ଓ ସାଇନାଙ୍କୁ ରାଧା ଭାବେ ଚୟନ କରାଯାଇଛି l ଆସନ୍ତା ୧୧ ତାରିଖ ଦିନ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ ପରେ ଏହି ଶିଶୁ କଳାକାର ଅଭିନୟ ଅଭ୍ଯାସ ଆରମ୍ଭ କରିବେ l ଶିଶୁ କଳାକାର ମଧ୍ୟ ଏଥର ଅଭିନୟ ପାଇଁ ମନୋନୀତ ହେବା ପରେ ଖୁସି ଥିବା ଜଣା ପଡ଼ିଛି l
ରିପୋର୍ଟ : ରଜତ ମହାପାତ୍ର